ନୂଆପଡାରେ ପୋଲିସ ବିରୋଧରେ ତାତିଲେ ଶହ ଶହ ଆଦିବାସୀ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଲେ ବିକ୍ଷୋଭ

ନୂଆପଡା(କେନ୍ଯୁଜ୍): ନୂଆପଡା ଜିଲ୍ଲାରେ ପୋଲିସ ବିରୋଧରେ ତାତିଲେ ଆଦିବାସୀ। ଆଦିବାସୀଙ୍କୁ ପୋଲିସ ନ୍ୟାୟ ଦେଉନଥିବା ଅଭିଯୋଗ କରି ଜିଲାର ଶହ ଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଖଡିଆଳ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାର ବିଭିନ୍ନ ଥାନାରେ ଆଦିବାସୀଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର ବଢି ଚାଲିଛି। ପୋଲିସ କେବଳ ନିରବଦ୍ରଷ୍ଟା ସାଜିଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ନେଇ ଲିଖିତ ଏତଲା ଦେବା ପରେବି ନ୍ୟାୟ ମିଳିନାହିଁ। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଜିଲା ଆଦିବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଆଦିବାସୀମାନେ ଥାନା ଭିତରକୁ ଧସେଇ ପଶିବା ବେଳେ ବିକ୍ଷୋଭକାରୀ ଆଦିବାସୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନଙ୍କ ୫ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନୂଆପଡା ଅତିରିକ୍ତ ଏସପି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଦିବାସୀମାନେ ଆନ୍ଦୋଳନରୁ ଓହରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.