ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ, କହିଲେ କୋର୍ଟକୁ ସବୁ ତଥ୍ୟ ଦେବି

ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ। ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପ୍ରାୟ ଘଣ୍ଟାଏ ପରେ ଇଡିରୁ ବାହାରିଛନ୍ତି ନାଗଚାନ୍ଦ ଦମ୍ପତି। ଇଡିର ଡାକରା ପାଇ ଆସିଥିବା କହିଛନ୍ତି ଅର୍ଚ୍ଚନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଗିଥିବା ତଥ୍ୟକୁ ଦେଇଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌): ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ। ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପ୍ରାୟ ଘଣ୍ଟାଏ ପରେ ଇଡିରୁ ବାହାରିଛନ୍ତି ନାଗଚାନ୍ଦ ଦମ୍ପତି। ଇଡିର ଡାକରା ପାଇ ଆସିଥିବା କହିଛନ୍ତି ଅର୍ଚ୍ଚନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଗିଥିବା ତଥ୍ୟକୁ ଦେଇଛନ୍ତି । ଇଡିର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ଅର୍ଚ୍ଚନା।ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର ଛନ୍ଦି ହୋଇଛନ୍ତି। କିଛି ଦିନ ତଳେ ଏହି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ପ୍ରାୟ ୧୪ ମାସ ଧରି ଭୁବନେଶ୍ବର ଝାରପଡ଼ା ଜେଲରେ ଥିଲେ ଅର୍ଚ୍ଚନା ନାଗ। ଅର୍ଚ୍ଚନାଙ୍କ ନାଁରେ ୩ଟି ମାମଲା ରହିଛି । ଅର୍ଚ୍ଚନା ନାଗଙ୍କ ବିରୋଧରେ ରହିଛି ହନିଟ୍ରାପ୍, ବ୍ଲାକ ମେଲ ଓ ମନି ଲଣ୍ଡରିଂ ମାମଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.