ନନ୍‌ କ୍ରିଟିକାଲ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବିଏମ୍‌ସିର ନୂଆ ଯୋଜନା,ହୋଟେଲରେ ହେବ ହସ୍‌ପିଟାଲ

କେନ୍ୟୁଜ୍‌(ବ୍ୟୁରୋ): ରାଜଧାନୀରେ ହୋଟେଲରେ ହେବ ହସ୍‌ପିଟାଲ। ନନ୍‌ କ୍ରିଟିକାଲ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବିଏମ୍‌ସିର ନୂଆ ଯୋଜନା ଆରମ୍ଭ କରିଛି। ହସ୍‌ପିଟାଲ ମାନଙ୍କରେ ଗୁରୁତର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବେଡ୍‌ର ଅଭାବ ଦେଖାଯାଉଛି। ଏଭଳି ସ୍ଥଳେ ଅନେକ ଗୁରୁତରଙ୍କୁ ବେଡ୍‌ ମିଳିବାରେ ସମସ୍ୟା ଦେଖାଯାଉଛି। ତେଣୁ ହୋଟେଲ ଗୁଡ଼ିକରେ ହସପିଟାଲ ପରିଚାଳନା କରି ସେଠାରେ ସାଧାରଣ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ଚିକିତ୍ସା କରିବାକୁ ଯୋଜନା କରିଛି ବିଏମସି।

ଏନେଇ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ ରାଜଧାନୀର ୧୫ରୁ ଅଧିକ ହୋଟେଲ ଓ ହସପିଟାଲ ସହ ଭର୍ଚୁଆଲରେ ଆଲୋଚନା କରିଛନ୍ତି। ଆଲୋଚନାରେ ଘରୋଇ ହସ୍‌ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଅଂଶଗ୍ରହଣ କରିଥିଲେ। ରାଜଧାନୀରେ ଏଭଳି ପ୍ରୟାସ ପ୍ରଥମ ଥର ପାଇଁ ଆରମ୍ଭ ହେଇଥିବାରୁ ବିଏମସିର ପଦକ୍ଷେପକୁ ହୋଟେଲ ଆସୋସିଏନ ପକ୍ଷରୁ ସ୍ୱାଗତ କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.