ଘରେ କେହି ନଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହ ୭ଶହ ୮୦ ଗ୍ରାମ୍ ସୁନା ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା(କେନ୍ୟୁଜ) : ବଡ ଧରଣର ଡକାୟତି। ଘରେ କେହି ନଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହ ୭ଶହ ୮୦ ଗ୍ରାମ୍ ସୁନା ଲୁଟିନେଲେ ଦୁର୍ବୃତ୍ତ। ରାୟଗଡ଼ା ସହର ବ୍ୟାଙ୍କ କଲୋନୀ କେନ୍ତାଲି ସାଇ ଶ୍ରୀନିବାସ ରାଓଙ୍କ ଘରେ ବଡ ଧରଣର ଡକାୟତି ହୋଇଛି।
ଗତ ତିନି ଦିନ ହେବ ଘରର ସମସ୍ତ ସଦସ୍ୟ ଘରେ ତାଲା ପକାଇ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଘର କବାଟ ଭାଙ୍ଗି ୬ଟି ଆଲମୀରାକୁ ତାଡି ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି ପୋଲିସ।