ଆସନ୍ତାକାଲି ଦିଲ୍ଲୀରେ ସର୍ବଭାରତୀୟ ପୋଲିସ ଡିଜି ଓ ଆଇଜି ସମ୍ମିଳନୀ,ଫୋକସରେ ସାଇବର କ୍ରାଇମ ଓ ଡ୍ରଗ୍ସ

ନୂଆଦିଲ୍ଲୀ : ଆସନ୍ତାକାଲି ଦିଲ୍ଲୀରେ ସର୍ବଭାରତୀୟ ପୋଲିସ ଡିଜି ଓ ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବ । ଫୋକସରେ ରହିବ ସାଇବର କ୍ରାଇମ ଓ ଡ୍ରଗ୍ସ କାରବାର ପ୍ରସଙ୍ଗ । ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗଦେବେ । ସମ୍ମିଳନୀରେ ସବୁ ରାଜ୍ୟର ପୋଲିସ ଡିଜି, ପୋଲିସ ଆଇଜି ଓ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀ ସାମିଲ ହେବେ ।

ଓଡ଼ିଶାର ପୋଲିସ DG ସୁନୀଲ ବଂଶଲ, ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଭର୍ଚୁଆଲରେ ଯୋଗ ଦେବେ । ଆସିକା ଥାନାକୁ ଦେଶର ସର୍ବଶ୍ରେଷ୍ଠ ଥାନା ଘୋଷଣା ହୋଇଥିବାରୁ ଆସିକା ଥାନା ଅଧିକାରୀ ମଧ୍ୟ ଏଥିରେ ଯୋଗ ଦେବେ । ତାଙ୍କୁ ଏହି ସମ୍ମିଳନୀରେ ପୁରସ୍କୃତ କରାଯିବ । ଦେଶରେ ଅପରାଧ ମୁକାବିଲା ପାଇଁ ଷ୍ଟ୍ରାଟେଜୀ ଉପରେ ଆଲୋଚନା ହେବ ।

ଏମ୍‌ସ ପରି ପ୍ରମୁଖ ସଂସ୍ଥା ଉପରେ ବଡ଼ଧରଣର ସାଇବର ଆଟାକକୁ କିପରି ପ୍ରତିହତ କରାଯିବ ତା ଉପରେ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ସେହିପରି ବଡ଼ ଡ୍ରଗ୍ସ କାରବାରକୁ ରୋକିବା ଓ ସ୍ମଗଲରଙ୍କୁ ଧରିବା ନେଇ ଯୋଜନା ପ୍ରସ୍ତୁତ ହେବ । ଉପକୂଳ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯିବ । ଆତଙ୍କବାଦୀ ଗ୍ୟାଙ୍ଗକୁ ମୂଳୋତ୍ପାଟନ ଉପରେ ସମ୍ମିଳନୀରେ ଆଲୋଚନା କରାଯିବ । ସବୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ମତାମତ ଉପରେ ମିଳିତ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.