Below header

ନବରଙ୍ଗପୁର: ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ

ନବରଙ୍ଗପୁର କେନ୍ୟୁଜ):  ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ । କିନ୍ତୁ ସୌଭାଗ୍ୟବଶତଃ ବାର୍ତ୍ତିଗଲେ ପରିବାରର ସମସ୍ତ ପାଞ୍ଚ ସଦସ୍ୟ । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ପୌର ପରିଷଦ ଅଧିନ କେନାଲ ସାହିରେ । ଗତ କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ଏଭଳି ଘଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ରାତି ଖାଇସାରି ଚନ୍ଦ୍ରୁ ହରିଜନ ଙ୍କ ପରିବାର ପାଞ୍ଚ ସଦସ୍ଯ ସୋଇଥିବା ସମୟରେ ରାତ୍ର ୯.୩୦ ସମୟରେ ସମ୍ପୂର୍ଣ୍ଣ ଘର ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା।

ଘଟଣା ସମ୍ପର୍କରେ ସାହି ବାସିନ୍ଦା ଜାଣିବା ପରେ ସମସ୍ତଙ୍କ ଉଦ୍ୟମରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଉମରକୋଟ ଗୋଷ୍ଠୀ ସ୍‌ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ପରିବାର ସଦସ୍ଯ ଙ୍କ ମଧ୍ୟରେ ଚନ୍ଦୁ ହରିଜନ, ଯମୁନା ହରିଜନ,କାର୍ତିକ ହରିଜନ, ଅଭୟ ହରିଜନ,ଓ ପଞ୍ଚ ବର୍ଷ ର କବିତା ହରିଜନ। ସମସ୍ତଙ୍କ ସ୍‌ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ଡାକ୍ତର । ଖବର ପାଇ ଉମରକୋଟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.