ରାଜ୍ୟରେ ତୁହାକୁ ତୁହା ବର୍ଷା, ଆଜି ଅବପାତରେ ପରିଣତ ହେବ ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଚାଲିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେବାରେ ଲାଗିଛି । େଓ୍ଵଲ ମାର୍କଡ ଲୋ ପ୍ରେସର ଆଜି ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ସମସ୍ତ ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବ ।

୪ ଜିଲ୍ଲା ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ବରଗଡ଼କୁ ଦିଆଯାଇଛି ରେଡ୍‌ ୱାର୍ଣ୍ଣିଂ । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ରହିବା ସହ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । େଓ୍ଵଲ୍‌ ମାର୍କଡ ଲୋ ପ୍ରେସର ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ୧୧ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.