କୋରାପୁଟ ଜିଲ୍ଲା ସୀମାନ୍ତ ଜଙ୍ଗଲ ମାଟତଳୁ ବିପୁଳ ବିସ୍ଫୋରକ ଜବତ

କୋରାପୁଟ: ମାଟିତଳୁ ବିପୁଳ ବିସ୍ଫୋରକ ଜବତ । କୋରାପୁଟ ଜିଲ୍ଲା ସୀମାନ୍ତ ଜଙ୍ଗଲ ମାଟତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଏକ ଡ୍ରମ୍‌ ଭିତରେ ପୋତା ଯାଇଥିବା ବିସ୍ଫୋରକ ଜବତ କରିଛି କୋରାପୁଟ ଡିଭିଏଫ୍‌ ଟିମ୍‌ । ଏଥିରେ ଜିଲେଟିନ୍‌, ଡିଟୋନେଟର,ଟିଫିନ୍‌ ବମ୍‌ ଆଦି ରହିଥିବା ସୂଚନା ମିଳିଛି ।

ଡିଭିଏଫ୍‌ ଟିମ୍‌ର କମ୍ବିଂ ଅପରେସନ ବେଳେ ଲମତାପୁଟ ଓ ଖଇରପୁଟ ବ୍ଲକ ସୀମାନ୍ତ ଜଙ୍ଗଲରୁ ବିସ୍ଫୋରକ ସହ ମାଓ ପୁସ୍ତିକା ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି ମୁକଶେ କୁମାର ଭାମୁ । ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.