ରଣବୀର କପୁରଙ୍କ ସହ ବ୍ରେକଅପ ପରେ କାହିଁକି ସିଙ୍ଗଲ ଅଛନ୍ତି କ୍ୟାଟ୍ରିନା କୈଫ ? ଶୁଣନ୍ତୁ କଣ କହିଲେ ଅଭିନେତ୍ରୀ

କ୍ୟାଟ୍ରିନା କୈଫ ଏବଂ ରଣବୀର କପୁର ଅଲଗା ହେବାର 4 ବର୍ଷ ବିତିଗଲାଣି। ରଣବୀର ଆଲିଆ ଭଟ୍ଟଙ୍କୁ ଡେଟ କରୁଥିବାବେଳେ କ୍ୟାଟ୍ରିନା ବହୁତ ଦିନ ହେବ ସିଙ୍ଗଲ ହୋଇ ରହିଛନ୍ତି । ନିକଟରେ କ୍ୟାଟ୍ରିନା ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କାହିଁକି କାହା ସହିତ ଡେଟ କରୁନାହାଁନ୍ତି ସେ ବିଷୟରେ କହିଥିଲେ।

ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ସିଙ୍ଗଲ କାହିଁକି ଅଛନ୍ତି ଏବଂ କାହା ସହ ଡେଟ କାହିଁକି କରୁନାହାଁନ୍ତି ବୋଲି ପଚରାଯାଇଥିଲା ସେତେବେଳେ କ୍ୟାଟ୍ରିନା କହିଥିଲେ ଯେ ମୁଁ ଜାଣେନି କି ମୁଁ ଆଉ କାହା ସହିତ ଡେଟ କରିପାରିବି କି ନାହିଁ ? ଯଦିଓ ପରେ ଯେତେବେଳେ ଅଭିନେତ୍ରୀଙ୍କୁ ପଚରାଗଲା ସେ ଚଳିତବର୍ଷ ତାଙ୍କର ତିନୋଟି ଇଚ୍ଛା ମଧ୍ୟରୁ କେଉଁଟି ପୂରଣ କରିବାକୁ ଚାହୁଁଛନ୍ତି? ଏହାର ଉତ୍ତରରେ କ୍ୟାଟ୍ରିନା କହିଥିଲେ- ‘ମୁଁ ଏକ ଫିଲ୍ମଫେୟାର ପୁରସ୍କାର, ପ୍ରେମିକ, ମୋର ପ୍ରଡକ୍ସନ୍ କମ୍ପାନୀ ଖୋଲିବାକୁ ଚାହୁଁଛି’।

 

View this post on Instagram

 

@vickatforever 🙏🏼 @vickykaushal09 @katrinakaif 🥰🥰🥰

A post shared by Katrina Kaif And Vicky Kaushal (@katrinakaif.vickykaushal) on


ଏବେ ଲାଗୁଛି ଯେ କ୍ୟାଟ୍ରିନା ଥରେ ତାଙ୍କ ପ୍ରେମ ପାଇଯାଇଛନ୍ତି। ଖବର ଆସିଛି ଯେ କ୍ୟାଟ୍ରିନା ବିକି କୌଶଲଙ୍କର ନିକଟତର ହୋଇଛନ୍ତି ।ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ବିକି ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ହାର୍ଲେନ ସେଠୀଙ୍କ ସହ ବ୍ରେକଅପ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.