BSF ଯବାନଙ୍କୁ ବଡ଼ ସଫଳତା: ମାଓବାଦୀମାନେ ଜଙ୍ଗଲ ଭିତରେ ଗର୍ତ୍ତ କରି ଡ୍ରମରେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: BSF ଯବାନଙ୍କୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଠାବ । ମାଓବାଦୀମାନେ ଜଙ୍ଗଲରେ ଏକ ବିରାଟ ଗର୍ତ୍ତ କରି ଡ୍ରମରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ଅପରେସନ ବେଳେ ବିଏସଏଫ ଯବାନ ଏହାକୁ ଠାବ କରିଥିଲେ ।

ଘଟଣାସ୍ଥଳରୁ ଜିଲୋଟିନ, ଡିଟୋନେଟର, କାଡ଼େକ୍ସ ୱାୟାର, ମାଓ ୟୁନିଫର୍ମ, ମାଓ ପୁସ୍ତିକା ଆଦି ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ ବୋଲି କୁହାଯାଉଛି । ଆନ୍ଧ୍ର- ଓଡିଶା ବର୍ଡର ମାଓ ସଙ୍ଗଠନ-AOB ଏହାକୁ ଲୁଚାଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.