ଯାଜପୁର: ବେଆଇନ ବିସ୍ଫୋରକ ଗୋଦାମ ଉପରେ ଚଢ଼ଉ, ୨ଟି ଭ୍ୟାନରୁ ୪୩ ପେଟି ଡିଟୋନେଟର ଜବତ

ଯାଜପୁର(କେନ୍ଯୁଜ୍): ବେଆଇନ ବିସ୍ଫୋରକ ଗୋଦାମରେ ଅଟକ ଥିବା ୨ଟି ଭ୍ୟାନରୁ କଢ଼ାଗଲା ବିପୁଳ ପରିମାଣର ବିସ୍ଫୋରକ । ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କାର୍ଡ ଚଢଉ କରି ୨ଟି ଭ୍ୟାନରୁ ୪୩ ପେଟି ଡିଟୋନେଟର ଜବତ କରିଛନ୍ତି । ଗତ ୨ମାସ ତଳେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢଉ କରିଥିଲା । ସାତମାଣ ସ୍ଥିତ ଏକ ବେଆଇନ ବିସ୍ଫୋରକ ଗୋଦାମ ଉପରେ ଚଢ଼ଉ କରି ୨ଟି ଭ୍ୟାନ ଓ ଗାଡିକୁ ଜବତ କରିଥିଲା ଜେନାପୁର ପୋଲିସ ।

ଏଥିସହ ବିସ୍ଫୋରକ ବେପାରୀ ରଘୁନାଥ ସାହୁ ଓ ତାଙ୍କ ପୁଅ ଅକ୍ଷୟ ସାହୁଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ଏହି ୨ମାସ ମଧ୍ୟରେ ବେପାରୀ ମାନେ ଆଗୁଆ ଜାମିନ ପାଇଥିଲେ । ଆଉ ଭ୍ୟାନଗୁଡିକୁ ମୁକୁଳାଇବାକୁ ଉଦ୍ୟମ ଚଳାଇଥିଲେ । ଘଟଣାଟି ଏସପିଙ୍କ ନଜରରେ ଆସିବା ପରେ ଗୋଦାମରେ ଚଢଉ କରାଯାଇ ୨ଟି ଭ୍ୟାନ୍‌ରୁ ୬୪ହଜାର ୫ଶହ ଡିଟୋନେଟର ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.