ଶ୍ୱଶୂର ଘରକୁ ସ୍ତ୍ରୀର ଅଶ୍ଲୀଳ ଭିଡ଼ିଓ ପଠାଇ ସ୍ୱାମୀ ଗିରଫ

ଯାଜପୁର :  ସ୍ୱାମୀର ନିର୍ଯାତନା ବଢ଼ି ବଢ଼ି ଏପରି ଅବସ୍ଥାକୁ ଚାଲିଯାଇଥିଲା ଯେ ଶେଷରେ ସ୍ୱାମୀ ଥାନା ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ । ଏଭଳି ଲଜ୍ଜାକର ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସତ୍ୟବ୍ରତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

୨୦୧୬ ମସିହାରେ ସତ୍ୟବ୍ରତ ପଣ୍ଡାକୁ ବିବାହ କରିଥିଲେ ଅଭିଯୋଗକାରିଣୀ ଯୁବତୀ ଜଣକ । ବେଶ କିଛି ବର୍ଷ ଭଲରେ କଟି ଥିବା ବେଳେ ପରେ ପତ୍ନୀଙ୍କ ସହ ପଡ଼ିନଥିଲା । ସତ୍ୟବ୍ରତ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ ।

ଖାଲି ସେତିକି ନୁହେଁ ସ୍ତ୍ରୀର ଅଶ୍ଲୀଳ ଫଟୋ ମଧ୍ୟ ଶ୍ୱଶୂର ଘରକୁ ପଠାଇବାକୁ ସଙ୍କୋଚ କରିନଥିଲେ ସ୍ୱାମୀ ଜଣକ । ବେଶୀ ପାଟି କଲେ ଅଶ୍ଲୀଳ ଫଟୋ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ ସ୍ୱାମୀ ଜଣକ । ଏଭଳି ଲଜ୍ଜାକର ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସତ୍ୟବ୍ରତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.