ସରପଞ୍ଚ ଲଢେଇରେ ଦୁଇ ସଉତୁଣୀ: କିଏ ମାରିବ ବାଜି? ସମସ୍ତଙ୍କ ଅପେକ୍ଷା

କେନ୍ଦ୍ରାପଡା(କେନ୍ଯୁଜ୍): ସରପଞ୍ଚ ପାଇଁ ଦୁଇ ସଉତୁଣୀଙ୍କ ଲଢେଇ। ଶୁଣିବାକୁ ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଅସମ୍ଭବ ନୁହେଁ। କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ପଞ୍ଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି। ଏବେ ଭୋଟ ହାତେଇବା ପାଇଁ ଦୁଇ ସଉତୁଣୀ ନିଜର କୌଶଳ ଲଗାଇଦେଲେଣି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏବେ ଚର୍ଚ୍ଚାରେ କେନ୍ଦ୍ରାପଡା ଜିଲ୍ଲାର ଧୂମାତ ପଞ୍ଚାୟତ । ଏହି ନିର୍ବାଚନ ରଣାଙ୍ଗନରେ ଅକ୍ଷୟ ମଲିକଙ୍କ ଦୁଇ ଜଣ ସ୍ତ୍ରୀ ସସ୍ମିତା ମଳିକ ଓ କମଳା ମଳିକ ସରପଞ୍ଚ ପାଇଁ ପ୍ରାଥିପାତ୍ର ଦାଖଲ କରିଛନ୍ତି।  ସସ୍ମିତା ମଳିକ, ଧୂମତ ଗ୍ରାମରେ ଆଶାକର୍ମୀ ଭାବେ କାର୍ଯ୍ଯ କରନ୍ତି। ପାରିବାରିକ କଳହ ପାଇଁ ସେ ଶାଶୁ ଘର ଛାଡ଼ି ନିଜ ବାପାଙ୍କ ଘରେ ରହୁଛନ୍ତି।
କମଳା ମଳିକ ନିଜ ଶାଶୁ ଘରେ ସ୍ୱାମୀଙ୍କ ପାଖରେ ରୁହନ୍ତି।

ଅକ୍ଷୟ ମଳିକ ଓ ସସ୍ମିତା ମଳି ଙ୍କ ପାରିବାରିକ କଳି କୋଟରେ ବିଚାରାଧୀନ ଅଛି। ସସ୍ମିତା କୁହନ୍ତି, ସେ ଆଶା କର୍ମୀ ଅଛନ୍ତି, ଲୋକ ଙ୍କ ଅନୁରୋଧରେ ସରପଞ୍ଚ ପାଇଁ ଛିଡା ହୋଇଛନ୍ତି। ତାଙ୍କୁ ହରାଇବାକୁ ତାଙ୍କ ସ୍ୱାମୀ ପଛ ସ୍ତ୍ରୀ କମଳାକୁ ଛିଡା କରିଛନ୍ତି। ସେ ଅକ୍ଷୟଙ୍କ ସ୍ତ୍ରୀ ବୋଲି ବିଭିନ୍ନ ପ୍ରମାଣ ଧରି ରଖିଛନ୍ତି। କୋଟରେ କେଶ ଚାଲିଛି। କିନ୍ତୁ ଜନତାଙ୍କ କୋର୍ଟରେ ସେ ଜିତିବେ ବୋଲି ଆଶା ରଖିଛନ୍ତି।

ଅକ୍ଷୟ ମଳିକଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ମଳିକ ଏବେ ଅକ୍ଷୟଙ୍କ ଘରେ ରହୁଛନ୍ତି। ସେ ଧୂମାତ ପଂଚାୟତରେ ସରପଞ୍ଚ ପାଇଁ ଛିଡା ହୋଇଛନ୍ତି। ସେ ଦାବି କରୁଛନ୍ତି ,ସେ ଅକ୍ଷୟଙ୍କର ଗୋଟିଏ ସ୍ତ୍ରୀ ବୋଲି। ତାଙ୍କ ସ୍ୱାମୀ ପଂଚାୟତ ଲୋକଙ୍କ ସହ ଅଛନ୍ତି। ଏଣୁ ସେ ଭୋଟ ପାଇଁ ସରପଞ୍ଚ ହେବେ। ସଉତୁଣୀଙ୍କ ଲଢେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ବାମୀ ଅକ୍ଷୟ ମଳିକ ସସ୍ମିତାଙ୍କୁ ପ୍ରେମ କରୁଥିଲେ, ହେଲେ ବାହା ହୋଇ ନାହାନ୍ତି। ସେ କମଳା ମଳିକଙ୍କୁ ବାହା ହୋଇଛନ୍ତି ବୋଲି କହିବା ସହ ସସ୍ମିତା ଅନ୍ଯ ସ୍ଥାନରେ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି।

ପାରିବାରିକ କଳି ଘରୁ କୋର୍ଟ କୁ ଯାଇଥିଲା।  ସଉତୁଣୀଙ୍କ ଲଢେଇରେ କିଏ ଜିତିବ କିଏ ହାରିବ ତାହା ଭୋଟ ପରେ ତ ଜଣାପଡିବ କିନ୍ତୁ, ଏବେ ପଂଚାୟତରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.