ଅର୍ଚ୍ଚନାର କଳା ଟଙ୍କାରେ ମଉଜ କରୁଥିଲା ସ୍ୱାମୀ ଜଗବନ୍ଧୁ: ଘରେ ରଖିଥିଲା ୩ ଲକ୍ଷର ଆମେରିକାନ ମକାଓ ଚଢ଼େଇ, ପିଉଥିଲା ଦାମୀ ବ୍ରାଣ୍ଡର ମଦ

ଭୁବନେଶ୍ୱର(କେନ୍ୟୁଜ୍): ଖୋଲୁଛି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ଗୁମର ପେଡ଼ି । ତଦନ୍ତ ବଢୁଛି, ତଥ୍ୟ ବାହାରୁଛି । ଅର୍ଚ୍ଚନାର କଳା ଟଙ୍କାରେ ଅୟସ କରୁଥିଲା ସ୍ୱାମୀ ଜଗବନ୍ଧୁ । ଘରେ ରଖିଥିଲା ୩ ଲକ୍ଷ ଟଙ୍କାର ଆମେରିକାନ ମକାଓ ଚଢ଼େଇ। ସତ୍ୟବିହାର ଘରେ ଅଛନ୍ତି ୪ ଲକ୍ଷ ଟଙ୍କା ମୁଲ୍ୟର ବିଦେଶୀ କୁକୁର । ମୁଡ ବନେଇବା ପାଇଁ ଦାମୀ ବ୍ରାଣ୍ଡର ମଦ ପିଉଥିଲା ଜଗବନ୍ଧୁ। ରୂପା ଗ୍ଲାସରେ ପିଉଥିଲା ଫରେନ ବ୍ରାଣ୍ଡ ମଦ। ହାତରେ ପିନ୍ଧୁଥିଲା ୨ ଲକ୍ଷ ଟଙ୍କାର ହାତଘଣ୍ଟା। ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ସ୍ୱାମୀ କରୁଥିଲା ଅୟସ । ପୁରୀ ଭୁବନେଶ୍ୱର ବାଇପାସରେ ଥିବା ପୁରୁଣା ଗାଡି ସୋରୁମରେ ଲାଗିଛି କଳା ଟଙ୍କା। ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ। ପୁରା ସିଣ୍ଡିକେଟ ପଛରେ ଜଗବନ୍ଧୁ ର ୪ ସାଙ୍ଗ ଓ ଭାଇ। ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ। ଭୁବନେଶ୍ୱର ଉପକଣ୍ଠ ଏକ ବାଲିଘାଟରେ ଲାଗିଛି ଟଙ୍କା। ଅର୍ଚ୍ଚନା ଠୁ ଜବତ ଡାଏରିରେ ରହିଛି ସାଙ୍ଘାତିକ ତଥ୍ୟ । ଖୁବଶୀଘ୍ର ରିମାଣ୍ଡରେ ଆଣି ସତ ଓଗାରିବ କମିଶନରେଟ ପୋଲିସ।

ଏପଟେ ଅର୍ଚ୍ଚନା କରିଥିବା ଜାମିନ ଆବେଦନର ଆଜି ଭୁବନେଶ୍ୱର SDJM କୋର୍ଟରେ ହେବ । ଆଜି ତାଙ୍କୁ କୋର୍ଟରେ ହାଜର କରିବ ପୋଲିସ । ଆଲିସାନ୍‌ ବଙ୍ଗଳାରେ ଜୀବନ କାଟୁଥିବା ଅର୍ଚ୍ଚନାଙ୍କ ଠିକଣା ଏବେ ଝାରପଡ଼ା ଜେଲ୍‌ର କାଳ କୋଠରି । ଅର୍ଚ୍ଚନାଙ୍କ ଗିରଫ ପରେ ସାମନାକୁ ଆସିଛି ବ୍ଲାକମେଲିଂ ପୃଷ୍ଠଭୂମିର ଚାଞ୍ଚଲ୍ୟକର ତଥ୍ୟ । କଳାହାଣ୍ଡିରୁ ଭୁବନେଶ୍ୱର ଆସିବା ପରେ ଏକ ବିଉଟି ପାର୍ଲରରେ କାମ କରୁଥିଲେ । ସେଇଠି କାମ କରିବା ସମୟରେ ଶିଖିଥିଲେ ବ୍ଲାକମେଲ୍‌ର କଳା କୌଶଳ ।

୨୦୧୭ରୁ ବ୍ଲାକମେଲିଂ ମାୟାଜାଲ ବିଛାଇଥିଲେ ଅର୍ଚ୍ଚନା । ସାଥ ଦେଇଥିଲେ ସ୍ୱାମୀ । ସେମାନଙ୍କ ଜାଲରେ ପଡ଼ିଥିଲେ ଅନେକ ବଡ଼ବଡ଼ିଆ । ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ ଫାନ୍ଦରେ ଫସାଇ ଚାଲିଥିଲେ ଅର୍ଚ୍ଚନା । ବଦଳରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ଯିଏ ଅରାଜି ହେଉଥିଲେ ସେମାନଙ୍କୁ ଦୁଷ୍କର୍ମ ମାମଲାରେ ଛନ୍ଦି ଦେବାକୁ ଦେଉଥିଲେ ଧମକ । ଗିରଫ ଭୟରେ ଅନେକ ଅର୍ଚ୍ଚନାଙ୍କ ସର୍ତ୍ତରେ ରାଜି ହେଉଥିଲେ । ଦାବି ଅନୁସାରେ ଟଙ୍କା ଦେଇ ରଫାଦଫା କରୁଥିଲେ ମାମଲା । ଆଉ ଟଙ୍କା ପାଇବା ପରେ ଥାନାରୁ କେସ୍‌ ଉଠାଇ ନେଉଥିଲେ ଅର୍ଚ୍ଚନା । ଏଭଳି ବିଭିନ୍ନ ଥାନାରେ ସେ ୧୫ଟି ମିଛ ଅଭିଯୋଗ କରିଥିବା ଜଣା ପଡିଛି । ଏପରିକି ୨୦୧୭ରେ ଯାହା ଘରେ ଭଡ଼ାରେ ରହୁଥିଲେ ତାଙ୍କୁ ବି ଛାଡ଼ି ନଥିଲେ ଅର୍ଚ୍ଚନା । ପୁରୁଣା ଘର ମାଲିକ ତଥା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ସିଆରପିସିର ୧୬୧ ଧାରାରେ ବୟାନ ରେକର୍ଡ ହୋଇଛି । ପ୍ରମୋଦ ସ୍ୱାଇଁଙ୍କ ଜାଗମରା ବିଭବ ଇଷ୍ଟେଟ ଘରେ ୧୧ ମାସ ଭଡ଼ାରେ ଥିଲେ ଅର୍ଚ୍ଚନା । ପୋଲିସ ପ୍ରମୋଦଙ୍କୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ସମ୍ପର୍କରେ ବିସ୍ତୃତ ଭାବରେ ପଚରାଉଚରା କରିଛି । ଅର୍ଚ୍ଚନାଙ୍କ ଘରକୁ ବହୁତ ଗେଷ୍ଟ ଆସୁଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ଅର୍ଚ୍ଚନାଙ୍କୁ ଘର ଛାଡ଼ିବାକୁ କହିଥିଲେ ପ୍ରମୋଦ । ଅନ୍ୟପଟେ ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ନାଁରେ ଲମ୍ବୁଛି ଅଭିଯୋଗର ତାଲିକା । ଭୁବନେଶ୍ୱର ଡିସିପଙ୍କ ସହ କଥା ହୋଇ ଆଉ କିଛି ଲୋକ ଅଭିଯୋଗ କରିଥିବା ସୂଚନା ମିଳିଛି । ଅର୍ଚ୍ଚନା ବ୍ଲାକମେଲିଂ ରାକେଟରେ ଯେଉଁ ଯୁବତୀଙ୍କୁ ବ୍ୟବହାର କରୁଥିଲା ସେମାନଙ୍କର ବୟାନ ରେକର୍ଡ କରିଛି ପୋଲିସ । ଏହି ମାମଲାରେ ପୋଲିସ ଏଯାଏ ୨୦ ଜଣଙ୍କୁ ପଚରାଉଚରା ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.