ଆଜିଠୁ ଫୁଟବଲ ମହାକୁମ୍ଭ, କମ୍ପିବ କଳିଙ୍ଗ ଷ୍ଟାଡିୟମ: ଆଜି ମୁହାଁମୁହିଁ ହେବେ ଭାରତ-ଆମେରିକା

ଭୁବନେଶ୍ୱର(କେନ୍ୟୁଜ୍):  ଆଜିଠୁ ଫୁଟବଲ ମହାକୁମ୍ଭ । ଆରମ୍ଭ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍‌ । କମ୍ପିବ କଳିଙ୍ଗ ଷ୍ଟାଡିୟମ । ୪ଟି ଗ୍ରୁପରେ ୧୬ଟି ଦେଶର ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର । କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ ଖେଳାଯିବ । ଆଜି ମୁହାଁମୁହିଁ ହେବେ ଭାରତ-ଆମେରିକା । ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍‌ରେ ଶକ୍ତିଶାଳୀ ବ୍ରାଜିଲ ଓ ଆମେରିକା ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଫୁଟ୍‌ବଲ୍‌ ବିଶ୍ୱକପ ପୂର୍ବରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍‌ସପେକ୍ଟର୍‌, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

ଷ୍ଟାଡିୟମ ଭିତରେ ସାଧା ପୋଷାକରେ ସୁରକ୍ଷା ଦେବେ ପୋଲିସ । ପାର୍କିଂ ଏବଂ ଟ୍ରାଫିକକୁ ଗୁରୁତ୍ୱ ଦିଆଯିବ । ସେହିପରି ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇଛି ବିଏମ୍‌ସି । ଷ୍ଟାଡିୟମ୍‌ ଭିତରେ ଶୁଖିଲା ଏବଂ ଓଦା ଆବର୍ଜନା ପାଇଁ ଗ୍ରୀନ୍‌ ଗାର୍ବେଜ୍‌ର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.