Below header

ପୂର୍ବ ଶତ୍ରୁତା କେନ୍ଦ୍ରକରି କିନ୍ନରଙ୍କ ଉପରେ ଗାଡ଼ି ଚଢାଇଦେଲା ହାଇୱା ଡ୍ରାଇଭର

ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା। ଏଥିରେ ଡ୍ରାଇଭର ଜଣକ ଉତକ୍ଷିପ୍ତ ହୋଇଯାଇଥିଲେ।

ସୁନ୍ଦରଗଡ(କେନ୍ୟୁଜ୍): ହାଇୱା ଧକ୍କାରେ ଦୁଇ କିନ୍ନର ମୃତ। ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା।

ଏଥିରେ ଡ୍ରାଇଭର ଜଣକ ଉତକ୍ଷିପ୍ତ ହୋଇଯାଇଥିଲେ। ଆଜି କିନ୍ନର ୨ ଜଣ ଭୋରରୁ ଘରକୁ ଫେରିବାବେଳେ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.