Below header

ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା।

ଭୁବନେଶ୍ବର(କେନ୍ୟୁଜ୍):ଗୋଲ୍ଡେନ ବାବାର ସମ୍ପତ୍ତି ଆଟାଚ। ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା। ୨୦୧୮ରେ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ଠକିଥିଲା। ୨୦୧୯ରେ ED ଏହି ମାମଲାର ତଦନ୍ତ କରିଥିଲା।

ପୂର୍ବରୁ ଗୋଲଡେନ ବାବାର ୫୩ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଇଡି। ଏହାସହ ୨ଟି ଦାମୀ ଗାଡ଼ି ମଧ୍ୟ ଜବତ କରିଛି। କେନ୍ଦୁଝରର ମୂଳ ନିବାସୀ ଗୋଲଡେନ୍ ବାବା ଭୁବନେଶ୍ବର ନିଳାଦ୍ରୀ ବିହାରରେ ଆଲିସାନ୍ ବଙ୍ଗଳା କରି ରହୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.