Below header

ଟାଟା ମୋଟର୍ସ ପୁନେ ପାସେଞ୍ଜର୍ସ ଡିଭିଜନର ଏମଡି ପରିଚୟ ଦେଇ କୋଟି କୋଟି ଟଙ୍କା ଠକୁଥିଲେ IFS ଅଭୟକାନ୍ତଙ୍କ ପୁଅ ଆକାଶ, ଜାଣନ୍ତୁ ଠକେଇର ତରିକା କିଭଳି ଥିଲା

କେନ୍ୟୁଜ୍(ବ୍ୟୁରୋ):  ଖୋଲୁଛି ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ସହ ପୁଅ ଆକାଶ ପାଠକଙ୍କ ଜାଲିଆତିର ଗୁମର । ଟାଟା ମୋଟର୍ସ ପୁନେ ପାସେଞ୍ଜର୍ସ ଡିଭିଜନର ଏମଡି ପରିଚୟ ଦେଉଥିଲେ ଆକାଶ । ଲୋକଙ୍କୁ ନିଯୁକ୍ତି ଦେବାକୁ କହି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା ।   କିଛି ଆଶାୟୀଙ୍କୁ ସେ ଦେଇଥିଲେ ନିଯୁକ୍ତି ପତ୍ର । ଯେଉଁଥିରେ ଲାଗିଛି ଟାଟା ମୋଟର୍ସର ଲଗୋ ଥିବା ଷ୍ଟାମ୍ପ । ୩୪ ଜଣିଆ ନିଯୁକ୍ତି ତାଲିକା ପ୍ରକାଶ ପାଇଥିଲା । ଗତ ଏପ୍ରିଲରେ ବାହାରିଥିଲା ଏହି ତାଲିକା ।

ifs abhay son

ସମସ୍ତଙ୍କୁ ଟାଟା ମୋଟର୍ସରେ ଗ୍ରାଜୁଏଟ୍‌ ଇଞ୍ଜିନିୟର ଓ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ପାଇଁ ଇଣ୍ଟରଭ୍ୟୁ ପରେ ପ୍ରକାଶ ପାଇଥିଲା ରେଜଲ୍ଟ । ଏବେ ସାମନାକୁ ଆସିଛି, ସବୁ ଡକ୍ୟୁମେଣ୍ଟ ଜାଲିଆତି ହୋଇଥିଲା । ଏଥିରେ ଅଭୟକାନ୍ତଙ୍କ କଣ ରହିଛି ସଂପୃକ୍ତି ? ଆବେଦନକାରୀଙ୍କୁ କିଭଳି ନିଯୁକ୍ତି ଦିଆଯାଉଥିଲା ? ଆଗକୁ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଏହି ଡକ୍ୟୁମେଣ୍ଟକୁ ଆଧାର କରି ଡାକିପାରେ ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.