Below header

ମୋହନା ଅଞ୍ଚଳରେ ପୁଣି ପୋଲିସ ଏବଂ ଅବକାରୀ ଚଢ଼ାଉ, ୧୦ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରି ରହିଛି। ଗତ ଏକ ସପ୍ତାହ ମଧ୍ୟରେ ମୋହନା, ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ନୀଳଜହର ଚାଷକୁ ନଷ୍ଟ କରିଛନ୍ତି l

ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପତିଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ଅଭିଯାନରେ ଶନିବାର ଜିଲ୍ଲାର ମୋହନା ଥାନା ଯୁବ ପଞ୍ଚାୟତ ଅନ୍ତର୍ଗତ ବମ ଗ୍ରାମ ଜଙ୍ଗଲ ଜମିରେ ହୋଇଥିବା ୫୨ ଏକର ଗଞ୍ଜେଇ ଚାଷକୁ କାଟି ପୋଡି ନଷ୍ଟ କରାଯାଇଛି।

ନଷ୍ଟ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦କୋଟି ୪୦ଲକ୍ଷ ହେବ ବୋଲି ସୂଚନା ମିଳିଛି। ଏହି ଚଢ଼ାଉ ରେ ପୋଲିସ, ଅବକାରୀ ବିଭାଗ ସମେତ ରାଜସ୍ବ ଏବଂ ବନବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.