କେନ୍ଦ୍ରାପଡା: ବେଆଇନ ଚିଙ୍ଗୁଡି ଘେରିରେ ଅତିଷ୍ଠ ଚାଷୀ

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଛି ବେଆଇନ ଚିଙ୍ଗୁଡି ଘେରି । ଘେରିରୁ ଲୁଣା ପାଣି ଆସି ନଷ୍ଟ ହେଉଛି ଚାଷଜମି । ଏହା ସହ ଚିଙ୍ଗୁଡି ଚାଷରେ ବ୍ୟବହାର କରାଯାଉଥିବା ଔଷଧରୁ ନିର୍ଗତ ବିଷାକ୍ତ ପାଣି ଯୋଗୁ ଚିନ୍ତାରେ ଚାଷୀ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ହେଲେ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏନେଇ ଚାଷୀମାନେ ପୂର୍ବରୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଚିଙ୍ଗୁଡି ମାଫିଆ ଜଙ୍ଗଲ ଜମି, ଅନାବାଦି ଗୋଚର ଜମିରେ ଘେରି ନିର୍ମାଣ କରି ମାଲେମାଲ ହେଉଥିବା ବେଳେ ଶହ ଶହ ଚାଷୀ ଏବେ ଚିନ୍ତାରେ । ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ବ୍ଲକ ପ୍ରଶାସନ କାର‌୍ୟ୍ୟ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ସରକାରୀ ସ୍ତରେରେ ସମସ୍ତ ପ୍ରସ୍ତୁତି ହୋଇଥିବା କହିଛନ୍ତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.