ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା, ଏହି ୬ଟି ଜିଲ୍ଲାକୁ IMDର ହିଟ୍‌ୱେଭ୍‌ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଡେଉଁଛି ପାରଦ । ବଢୁଛି ତାତି । ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧାରେ ଖରାର ସର୍ବାଧିକ ପ୍ରଭାବ ରହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ IMDର ହିଟ୍‌ୱେଭ୍‌ ଆଲର୍ଟ କରାଯାଇଛି।

ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ୩୬ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା ରହିଛି। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ହିଟ୍‌ ୱେଭ୍‌ ସ୍ଥିତି ପାଇଁ ସତର୍କ କରାଇଛନ୍ତି SRC। ୧୬ ଏବଂ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭବାନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.