ରାଜ୍ୟରେ ୭ ଦିନରେ ୪୨ ପଜେଟିଭ୍‌, ଯାଜପୁରରେ ଏବେ ଦ୍ୱିତୀୟ ସର୍ବାଧିକ ଅକ୍ରାନ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ମାତ୍ର ଗୋଟିଏ ହୋଇଛି । ଏପର୍ଯ୍ୟନ୍ତ ୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୬୮ ଜଣ ଚିକିତ୍ସାରେ ଅଛନ୍ତି । ଗତକାଲି ମୋଟ୍‌ ୨୨୧୭ଟି ନମୂନା ପରୀକ୍ଷଣ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗତକାଲି ଯାଜପୁରରେ ୬ ଓ ସୁନ୍ଦରଗଡ଼ରେ ୩ଟି ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ଭାବେ ଖୋର୍ଦ୍ଧା ପରେ ରହିଛି ଯାଜପୁର (୧୮) । ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଜେଟିଭ୍‌ଙ୍କ ସଂଖ୍ୟା ଥିଲା ୬୧ । ତେବେ ଗତ ୭ ଦିନ ଭିତରେ ୪୨ଟି ନୂଆ ମାମଲା ସାମନାକୁ ଆସିଛି । ଏସବୁ ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ କରୋନା ଯୁଦ୍ଧର ଯୋଦ୍ଧା ହୁଅନ୍ତୁ, କେମିତି କରିବେ ରେଜିଷ୍ଟ୍ରେସନ୍‌ ଜାଣନ୍ତୁ

ଏହି କରୋନା ସଂକଟ ସମୟରେ ସମସ୍ତେ ମିଳି ମିଶି ଏହାର ମୁକାବିଲା କରିବା ଦରକାର । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଆହ୍ଵାନ ଦେଇଛନ୍ତି । ଏହି ଯୁଦ୍ଧରେ ସାମିଲ ହୋଇ କରୋନା ଯୋଦ୍ଧା ହେବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିମାନେhttps://covidsangramee.odisha.gov.in ରେ ନିଜକୁ ପଞ୍ଜୀକରଣ କରିପାରିବେ I

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.