ଜମ୍ମୁ-କଶ୍ମୀର ଜେଲଗୁଡିକରେ ହଜାର ହଜାର କଏଦୀ ବୁଣୁଛନ୍ତି ମାସ୍କ, 30 ଏପ୍ରିଲ ସୁଦ୍ଧା 1 ଲକ୍ଷ ତିଆରି କରିବାକୁ ଲକ୍ଷ୍ୟ

ଜମ୍ମୁ-କଶ୍ମୀରର ଜେଲଗୁଡିକରେ ବନ୍ଦୀ ଥିବା ଶତାଧିକ କଏଦୀ ହଜାର ହଜାର ସଂଖ୍ୟାରେ ମାସ୍କ ତିଆରି କରି କରୋନା ମୁକାବିଲାରେ ହାତ ବଢାଇଛନ୍ତି। ଜେଲ ଅଧିକାରୀମାନଙ୍କ କହିବା ହେଲା, ଜେଲ ବିଭାଗର ପ୍ରସ୍ତାବକୁ ଉପ ରାଜ୍ୟପାଳ ଜିସି ମୁର୍ମୁଙ୍କ ପ୍ରଶାସନ ଅନୁମତି ଦେବା ପରେ କଏଦୀମାନେ ଗତ ମାସରୁ ମାସ୍କ ବୁଣିବା ଆରମ୍ଭ କରିଛନ୍ତି। ସେମାନେ ଉଚ୍ଚ ଗୁଣବତ୍ତାଯୁକ୍ତ ମାସ୍କ ତିଆରି କରୁଛନ୍ତି।

77

ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ‘ଜମ୍ମୁ ଓ କଶ୍ମୀର ଦୁଇଟି ଅଞ୍ଚଳର ଜେଲଗୁଡିକରେ ଅଧୀକ୍ଷକଙ୍କ ନଜର ଏବଂ ମାର୍ଗଦର୍ଶନରେ ମାସ୍କ ତିଆରି କାମ ଜୋରସୋରରେ ଆଗେଇ ଚାଲିଛି। ଆମେ ଚଳିତ ମାସ ଶେଷ ସୁଦ୍ଧା 1 ଲକ୍ଷ ମାସ୍କ ତିଆରି କରିବାକୁ ଲକ୍ଷ ରଖିଛୁ’। ସେ ଆହୁରି କହିଥିଲେ ଯେ ‘କଏଦୀମାନଙ୍କୁ ଯେତେବେଳେ ବଜାରରେ ମାସ୍କର ଅଭାବ ବିଷୟରେ ଜଣାପଡିଥିଲା, ସେତେବେଳେ ସେମାନେ ନିଜ ଆଡୁ ମାସ୍କ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଉପରେ ଜେଲ ମହାନିର୍ଦ୍ଦେଶକ ଭି କେ ସିଂ ସକାରାତ୍ମକ ପ୍ରତିକ୍ରିୟା ଦେଇଥିଲେ’।

776

ଅଧିକାରୀ ଜଣକ କହିଥିଲେ, ‘ଜେଲ ମହାନିର୍ଦ୍ଦେଶକ ଏହି ପ୍ରସ୍ତାବକୁ ପ୍ରଶାସନ ପାଖରେ ପହଞ୍ଚାଇଥିଲେ। କାମ ଆରମ୍ଭ ପୂର୍ବରୁ ଡ୍ରଗ କଣ୍ଟ୍ରୋଲର ବିଭାଗର ବିଶେଷଜ୍ଞଙ୍କଠାରୁ ବି ପରାମର୍ଶ ନିଆଯାଇଥିଲା। ପ୍ରଥମରୁ କପଡ଼ାର ଅଭାବ ସତ୍ତ୍ୱେ କଏଦୀମାନେ ଦିନକୁ 1,000ରୁ ଅଧିକ ମାସ୍କ ତିଆରି କରୁଥିଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.