ଓଡ଼ିଶାରେ ୨୦୨୧ରେ ପ୍ରତି ୨୦ଟି ହତ୍ୟାରୁ ଗୋଟିଏ କାରଣ ପ୍ରେମ କିମ୍ବା ପରକୀୟା ପ୍ରୀତି ଯୋଗୁଁ: ଏନ୍‌ସିଆର୍‌ବି

କେନ୍ୟୁଜ୍: କାହିଁକି ସୃଷ୍ଟି ହେଉଛି ବୈବାହିକ ଜୀବନରେ ଫାଟ ? ପରକୀୟା ପ୍ରୀତି ଭାଙ୍ଗୁଛିକି ସୁନାର ସଂସାର ? ପ୍ରେମ ପାଇଁ ଯାଉଛି ଜୀବନ । କେତେବେଳେ ହତ୍ୟା ତ କେତବେଳେ ଆତ୍ମହତ୍ୟା । ଦେଶରେ ୨୦୨୦ ତଥ୍ୟ ଅନୁସାରେ ପ୍ରତି ୧୦ ଦିନରେ ଜଣଙ୍କୁ ହତ୍ୟା ହେଉଛି । ସେଥିରୁ ପ୍ରତି ୧୦ଟି ହତ୍ୟାରେ ଗୋଟିଏର କାରଣ ହେଉଛି ପ୍ରେମ କିମ୍ବା ପରକୀୟା ପ୍ରୀତି ।

ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ୨୦୨୦ରେ ଦେଶରେ ହୋଇଥିବା ୨୯ ହଜାକ ୧୯୩ଟି ହତ୍ୟା ମଧ୍ୟରୁ ୩ ହଜାର ୩୧ଟି ହତ୍ୟା ପ୍ରେମ ବ୍ୟାପାର ଯୋଗୁଁ ହୋଇଛି । ଯାହା ମୋଟ୍‌ ହତ୍ୟାର ୧୦.୪ ପ୍ରତିଶତ । ସେହିଭଳି ଓଡ଼ିଶାରେ ୨୦୨୧ ତଥ୍ୟ ଅନୁସାରେ ପ୍ରତି ୨୦ଟି ହତ୍ୟାରେ ଗୋଟିଏ କାରଣ ପ୍ରେମ କିମ୍ବା ପରକୀୟା ପ୍ରୀତି ଯୋଗୁଁ ହେଉଛି । ତଥ୍ୟ କହୁଛି, ୨୦୨୧ରେ ଓଡ଼ିଶାରେ ୧୩ ଶହ ୯୪ଟି ହତ୍ୟାକାଣ୍ଡ ଘଟିଛି । ସେଥିରୁ ପ୍ରେମ ବ୍ୟାପାରରୁ ୬୭ ଜଣଙ୍କୁ ହତ୍ୟା କରାଯାଇଛି । ସେହିଭଳି ୨୦୨୦ରେ ଏହି ସଂଖ୍ୟା ଥିଲା ୧ ହଜାର ୪୭୦ । ସେଥିମଧ୍ୟରୁ ୫୯ ଜଣଙ୍କୁ ପ୍ରେମ ବ୍ୟାପାରରୁ ହତ୍ୟା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.