ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି : କଣ୍ଟାବାଂଜି ବିଧାୟକ-ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସଲୁଜା ହଙ୍ଗାମା କରିଛନ୍ତି । ବିଜୁ କେବିକେ ଫଣ୍ଡକୁ ନେଇ ବଲାଙ୍ଗିର ଜିଲ୍ଳାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ କଥା କଟାକଟି ହୋଇଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସଲୁଜା ନିଜ ଆସନରୁ ଉଠି ଜିଲ୍ଲାପାଳଙ୍କ ପାଖକୁ ଧାଇଁ ଯାଇଥିଲେ । କାହିଁକି ବିଜୁ କେବିକେ ଫଣ୍ଡକୁ କଟାଯାଇଛି କହି ପାଟି କରିଥିଲେ । କିଛି ସମୟ ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.