BSNLର ଦମଦାର୍‌ ଅଫର, ଶସ୍ତା ରିଚାର୍ଜରେ ଲଙ୍ଗ୍‌ ଟର୍ମ ପାଇଁ ଚାଲୁ ରହିବ ଆପଣଙ୍କ ସିମ୍‌

ବିଏସଏନଏଲର ପୋର୍ଟଫୋଲିୟୋରେ ଅନେକ ଖାସ୍‌ ପ୍ଲାନ୍ସ ମହଜୁଦ୍‌ ରହିଛି। କମ୍ପାନୀ ନିଜର ସର୍ଭିସକୁ ଖାସ୍‌ କରିବା ଏବଂ ନିଜକୁ ଏହି ରେସରେ ଆଗକୁ ରଖିବା ପାଇଁ ଲଗାତର ଚେଷ୍ଟା ଚଳାଇଛି। ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀର ବଢ଼ୁଥିବା ଦବଦବା ଭିତରେ ବିଏସଏନଏଲ ଆଫୋର୍ଡେବଲ ପ୍ଲାନ୍ସ ଜରିଆରେ ଯାଗା ବନାଇବାରେ ଲାଗିଛି। ଯେଉଁଠି ଅନ୍ୟ କମ୍ପାନୀ ଗୁଡିକ ୫ଜି ସର୍ଭିସ ଇଣ୍ଟ୍ରଡ୍ୟୁସ୍‌ କରିସାରିଲେଣି। କିନ୍ତୁ ବିଏସଏନଏଲ ଏବେବି ତାର ଚେଷ୍ଟା ଜାରି ରଖିଛି।

ଯଦିଓ କମ୍ପାନୀ ଅନେକ ଶସ୍ତା ପ୍ଲାନ୍ସ ଅଫର କରୁଛି, ଯାହା ବହୁତ ଖାସ। ଯଦି ଆପଣ ଏକ ଲଙ୍ଗ୍‌ ଟର୍ମ ପ୍ଲାନ ଚାହୁଁଛନ୍ତି, ତାହେଲେ ବିଏସଏନଏଲ ପାଖରେ ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍ସ ମହଜୁଦ୍‌ ରହିଛି। ତେବେ ଆସନ୍ତୁ ଜାଣିବା ଏମିତି କିଛି ଖାସ୍‌ ପ୍ଲାନ୍ସ ବିଷୟରେ।

୧୫୧୫ ଟଙ୍କାର ରିଚାର୍ଜ ପ୍ଲାନ୍‌

କମ୍ପାନୀ ୩୬୫ ଦିନର ରିଚାର୍ଜ ପ୍ଲାନ୍‌ ଅଫର କରୁଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ଡେଲି ଡାଟା ମିଳିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ କଲିଙ୍ଗ୍‌ ଏବଂ ଅନ୍ୟନ୍ୟ ବେନିଫିଟ୍ସ କିନ୍ତୁ ମିଳିନଥାଏ। BSNLର ଏହି ରିଚାର୍ଜ ପ୍ଲାନ୍‌ ୩୬୫ ଦିନର ବୈଧତା ସହିତ ଆସିଥାଏ। ଏଥିରେ ୟୁଜର୍ସଙ୍କୁ ଡେଲି ୨ଜିବି ଡାଟା ମିଳିଥାଏ। FUP ଲିମିଟ୍‌ ଶେଷ ହେବା ପରେ ୟୁଜର୍ସଙ୍କୁ ୪୦କେବିପିଏସର ସ୍ପିଡରେ ଡାଟା ମିଳିବ।

୧୯୯୯ ଟଙ୍କିଆ ପ୍ଲାନ୍‌

ବିଏସଏନଏଲର ଏହି ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନର ଭ୍ୟାଲିଡିଟୀ ମିଳିଥାଏ। ଏହି ପ୍ଲାନକୁ ୟୁଜର୍ସ ସମସ୍ତ ସର୍କଲରେ ଆକ୍ସେସ ହାସଲ କରିପାରିବେ। ରିଚାର୍ଜ ପ୍ଲାନରେ କଞ୍ଜ୍ୟୁମର୍ସଙ୍କୁ ୧୦୦ ଏସଏମଏସ ପ୍ରତି ଦିନ ମିଳିବ। ଏହାବ୍ୟତୀତ ୟୁଜର୍ସଙ୍କୁ ଅନଲିମିଟେଡ ଭଏସ୍‌ କଲିଙ୍ଗର ମଧ୍ୟ ସୁବିଧା ମିଳିବ। ବିଏସଏନଏଲର ଏହି ପ୍ଲାନ୍‌ ୬୦୦ଜିବି ଡାଟା ସହିତ ଆସିଥାଏ।

ଏଫୟୁପି ଲିମିଟ୍‌ ଶେଷ ହେବା ପରେ ୟୁଜର୍ସଙ୍କୁ ୪୦କେବିପିଏସର ସ୍ପିଡରେ ଡାଟା ମିଳିବ। ପ୍ଲାନରେ କଞ୍ଜ୍ୟୁମର୍ସଙ୍କୁ ୩୦ ଦିନର ର ଆକ୍ସେସ ଏବଂ ଲୋକଧୂନ କଣ୍ଟେଟର ୩୦ ଦିନର ଆକ୍ସେସ ମିଳିବ।

ଆହୁରି ଅପ୍ସନ ବି ଅଛି ମହଜୁଦ୍‌

ଏହାବ୍ୟତୀତ କମ୍ପାନୀର ପୋର୍ଟଫୋଲିୟୋରେ ଦୁଇଟି ଅନ୍ୟ ଲଙ୍ଗ୍‌ ଟର୍ମ ପ୍ଲାନ୍ସ ବି ମହଜୁଦ ରହିଛି। ଏଥିରେ ଏକ ପ୍ଲାନ ୨୩୯୯ ଟଙ୍କା ରହିଛି, ଯେଉଁଥିରେ ୟୁଜର୍ସଙ୍କୁ ୩୯୫ ଦିନର ଭ୍ୟାଲିଡିଟୀ ମିଳିଥାଏ। ବିଏସଏନଏଲ ପ୍ଲାନ୍‌ ଡେଲି ୨ଜିବି ଡାଟା ସହିତ ଆସିଥାଏ।

ଏହାସହିତ ୟୁଜର୍ସଙ୍କୁ ଅନଲିମିଟେଡ କଲିଙ୍ଗ୍‌ ଏବଂ ଡେଲି ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ। ଏହାବ୍ୟତୀତ ୨୯୯୯ ଟଙ୍କାର ମଧ୍ୟ ଏକ ପ୍ଲାନ ମିଳିଥାଏ। ଯେଉଁଥିରେ କଞ୍ଜ୍ୟୁମର୍ସଙ୍କୁ ଡେଲି ୩ଜିବି ଡାଟା ମିଳିଥାଏ। ଏହାବ୍ୟତୀତ କଲିଙ୍ଗ, ଡାଟା ଏବଂ ଅନ୍ୟନ୍ୟ ବେନିଫିଟ୍ସ ମଧ୍ୟ ୩୬୫ ଦିନ ପାଇଁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.