ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରକୁ ଅତର୍କିତ ଗୁଳିମାଡ଼, ୨ କର୍ମଚାରୀ ଗୁରୁତର

ବୌଦ୍ଧରେ ଫୁଟିଲା ଗୁଳି । ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରେ ଅତର୍କିତ ଗୁଳିମାଡ଼ । ଏଥିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ବଘିଆପଡ଼ା ଖଲିଆପାଲିରେ ଏହି ଗୁଳିମାଡ଼ ହୋଇଛି ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧରେ ଫୁଟିଲା ଗୁଳି । ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରେ ଅତର୍କିତ ଗୁଳିମାଡ଼ । ଏଥିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ବଘିଆପଡ଼ା ଖଲିଆପାଲିରେ ଏହି ଗୁଳିମାଡ଼ ହୋଇଛି । ଜଣେ ବନ କର୍ମଚାରୀ ନୀଳାଚଳ ପ୍ରଧାନଙ୍କ କାନ୍ଧରେ ୨ ରାଉଣ୍ଡ ଗୁଳି ବାଜିଛି । ଅନ୍ୟ ଜଣେ ଗୁରୁତର ନବ କୁମାର ସାହୁଙ୍କ ପିଠିରେ ଗୁଳି ବାଜିଥିବା ସୂଚନା ମିଳିଛି । ଅଳ୍ପକେ ବର୍ତ୍ତିଲେ ସହକାରୀ ବନ ସଂରକ୍ଷକଙ୍କ ସମେତ ୫ ବନ କର୍ମଚାରୀ । ତେବେ କିଏ ଓ କାହିଁକି ଗୁଳିମାଡ଼ କଲା ଅସ୍ପଷ୍ଟ ରହିଛି ।

ଗତ କାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବୌଦ୍ଧର ରେଞ୍ଚ ବଘିଆପଡ଼ା ଖଲିଆପାଲି ଛକ ନିକଟରେ ୨ଟି ବାଇକିରେ କିଛି ଦୁର୍ବୃତ୍ତ ଅତର୍କିତ ଗୁଳିଚାଲାଣା କରି ଘଟଣା ସ୍ଥଳରୁ ଫେରାର ମାରିଥିଲେ । ୨ ବନବିଭାଗ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.