ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ୧୧୫ କେ.ଜି ଗଞ୍ଜେଇ ଜବତ

କାରରେ ନକଲି ନମ୍ବର ଲଗାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳରେ । ମଙ୍ଗଳବାର ସକାଳ ସମୟରେ ଅଡବା ଥାନା ଏସ୍. ଆଇ ଭାଗ୍ୟଲତା ଦାସ୍ ଙ୍କ ନେତୃତ୍ୱ ରେ ପୋଲିସ ଟିମ୍ନ, ଳାଘାଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରୁମେଶ - ପରମାଗୁଡାରୁ ଉଲିଆପଦା ପଟେ ଆସୁଥିବା ଏକ ଟାଟା ନେକ୍ସନ୍ କାର୍ ନଂ ଓଡି 02 ସିଜି 5802 କୁ ଅଟକାଇଥିଲେ ।

ମୋହନା(କେନ୍ୟୁଜ): କାରରେ ନକଲି ନମ୍ବର ଲଗାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳରେ । ମଙ୍ଗଳବାର ସକାଳ ସମୟରେ ଅଡବା ଥାନା ଏସ୍. ଆଇ ଭାଗ୍ୟଲତା ଦାସ୍ ଙ୍କ ନେତୃତ୍ୱ ରେ ପୋଲିସ ଟିମ୍ନ, ଳାଘାଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରୁମେଶ – ପରମାଗୁଡାରୁ ଉଲିଆପଦା ପଟେ ଆସୁଥିବା ଏକ ଟାଟା ନେକ୍ସନ୍ କାର୍ ନଂ ଓଡି ୦୨ ସିଜି ୫୮୦୨ କୁ ଅଟକାଇଥିଲେ ।

ସେଥିରେ ୧୧୪ କେଜି ୮୦୦  ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ତେଵେ କାର୍ କୁ ଭଲଭାବରେ ଯାଞ୍ଚ କଲାବେଳେ ଉକ୍ତ କାରରେ ନକଲି ନମ୍ବର ଲଗାଯାଇଥିବା ଜଣାପଡିଥିଲା । ଉକ୍ତ ନମ୍ବର ପ୍ଲେଟକୁ ଖୋଲିବା ପରେ କାର୍ର ନମ୍ବର UP ୪୭ W ୯୭୭୯ ବୋଲି ଜଣାପଡିଥିଲା ।

ଏହା ସହ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ଗଞ୍ଜେଇ ଗଜପତିରୁ ଉତ୍ତରପ୍ରଦେଶ ଫତେପୁର ଚାଲାଣ ହେଉଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଫତେପୁରର ଅଭିନାଶ ମୟୁରିଆ ଏବଂ ଦୀପକ କୁମାରକୁ ଗିରଫ କରାଯାଇଥିବା ଅଡବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.