ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରଦାନ କଲେ ସ୍ମାରକୀ ପତ୍ର

ଭୁବନେଶ୍ବର(କେନ୍ୟୁଜ): ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଏଚ ଇ ଇନା ଏଚ୍‌ କ୍ରିଷ୍ଣମୂର୍ତ୍ତି । ଓଡିଶା ଗସ୍ତରେ ଆସି ନବୀନଙ୍କୁ ଭେଟିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ସାକ୍ଷାତକାର ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି ।

pandian

ଏହି ସମୟରେ ୫ଟି ସଚିବ ଭିକେ ପାଣ୍ଡିୟାନ୍‌ ମଧ୍ୟ ଉପସ୍ଥିତ ଥିଲେ । ଗସ୍ତ ବେଳେ କ୍ରିଷ୍ଣମୂର୍ତ୍ତି ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳାୟ ପରିଦର୍ଶନ କରିଥିଲେ । ସେଠାରେ ବିିଭିନ୍ନ ଗ୍ୟାଲେରୀ ବୁଲି ଦେଖିବା ସହିତ ଜନ ଜାତି ମାନଙ୍କ ସଂଗୃହୀତ ବିଭିନ୍ନ ସାମଗ୍ରୀ ଓ କଳାବସ୍ତୁ ବୁଲି ଦେଖିଥିଲେ । ସଂଗ୍ରହାଳାୟ ପରିସରରେ ଉପସ୍ଥିତ SCSTRTIର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.