ସୁନ୍ଦରଗଡ଼ରେ ଓଡ଼ିଶାର ଦ୍ୱିତୀୟ ଏମ୍‌ସ ପ୍ରସଙ୍ଗ, ଆଜି ଭିତ୍ତିଭୂମି ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଓଡ଼ିଶାର ଦ୍ୱିତୀୟ ଏମ୍‌ସ ପ୍ରସଙ୍ଗରେ ଆଜି ଭିତ୍ତିଭୂମି ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍‌। ସୁନ୍ଦରଗଡ଼ରେ ଏକ ଏମ୍‌ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ଚିଠି ଲେଖିଥିଲେ। ଏହାପରେ କେନ୍ଦ୍ରର ଏକ ବୈଷୟିକ ଟିମ୍‌ ଭିତ୍ତିଭୂମିର ଅନୁଧ୍ୟାନ ପାଇଁ ଶୁକ୍ରବାର ସୁନ୍ଦରଗଡ଼ରେ ପହଞ୍ଚିଛି।

ଟିମରେ ଅଛନ୍ତି ଭୁବନେଶ୍ଵର ଏମ୍‌ସର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବତମାନାବେନ, ନୂଆଦିଲ୍ଲୀ ଏମ୍‌ସ ମେଡିକାଲ ଅଧିକ୍ଷକ ଡ. ଡି.କେ. ଶର୍ମା, ନୂଆ ଦିଲ୍ଲୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ଡ. ସଂଜୟ ରଏ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ନୂଆଦିଲ୍ଲୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ଥପତି ରାଜୀବ କନାଉଜିଆ, ଓଡ଼ିଶା ସରକାରଙ୍କ ଡିଏମ୍‌ଇଟି ଡ. ସି.ବି.କେ. ମହାନ୍ତି ପ୍ରମୁଖ ରହିଛନ୍ତି। ଏହି ଟିମ୍‌ ଆଜି ସକାଳେ ସୁନ୍ଦରଗଡ଼ ଶଙ୍କରାସ୍ଥିତ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.