ଏଏସ୍ଆଇ ଗୋପାଳ କୃଷ୍ଣ ଦାସ କିଏ ? କାହିଁକି କଲେ ଗୁଳି, କ୍ରାଇମବ୍ରାଞ୍ଚ୍‌ ଖୋଲିବ କି ରହସ୍ୟ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ) : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିବା ଏଏସଆଇ ଗୋପାଳ କୃଷ୍ଣ ଦାସ କିଏ ? ୧୨/୧୩ ବର୍ଷ ହେବ ସେ ଝାରସୁଗୁଡ଼ାରେ କାର୍ଯ୍ୟରତ ଥିଲେ। ଏବେ ସେ ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ଥିଲେ । ବ୍ରହ୍ମପୁର ମହାନଗର ନିଗମର ୩୯ ନମ୍ବର ଓ୍ଵାର୍ଡରେ ତାଙ୍କ ଘର। ତେବେ ନବ ଦାସଙ୍କ ଉପରକୁ କାହିଁକି ଗୁଳିମାଡ଼ କଲେ ଗୋପାଳକୃଷ୍ଣ ?

ପାରିପାର୍ଶ୍ୱିକ ଘଟଣାରୁ ଜଣାପଡ଼ୁଛି ଗୁଳିମାଡ଼ ସୁଚିନ୍ତିତ ଆଉ ଯୋଜନାବଦ୍ଧ ଥିଲା । କିନ୍ତୁ କାହିଁକି ଗୁଳିମାଡ଼ ? ନବ ଦାସଙ୍କ ସହ ତାଙ୍କର କିଛି ବ୍ୟକ୍ତିଗତ ବିବାଦ ଥିଲା କି ? ବଦଳି ସମସ୍ୟା ଏହାର କାରଣ ହୋଇଥାଇ ପାରେ କି ? ସେ ପୂର୍ବରୁ କେବେ ନବ ଦାସଙ୍କୁ ଭେଟିଥିଲେ କି ? ସେ ମାନସିକ ବିଷାଦଗ୍ରସ୍ତ ଥିଲେ କି ? ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଗୋପାଳକୃଷ୍ଣଙ୍କ ପତ୍ନୀ କହିଛନ୍ତି, ନବ ଦାସଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ବିବାଦ ଥିବା ସେ ଆଦୌ କେବେ କହି ନାହାନ୍ତି।

କେବେ କେଉଁଠି ଡିଉଟି କଲେ କୁହନ୍ତି। କିନ୍ତୁ ବ୍ୟକ୍ତିଗତ କିଛି କଥା କେବେ କୁହନ୍ତି ନାହିଁ। ତେବେ ମାନସିକ ରୋଗ ପାଇଁ ଚିକିତ୍ସାଧୀନ ଥିଲେ ଗୋପାଳକୃଷ୍ଣ ଦାସ। ଆଜିକୁ ୭/୮ ବର୍ଷ ହେବ ଔଷଧ ଖାଉଥିଲେ। ବ୍ରହ୍ମପୁରରୁ ତାଙ୍କ ପାଖକୁ ଔଷଧ ପଠାଯାଉଥିଲା। ୨/୪ ଦିନ ଔଷଧ ବନ୍ଦ ହୋଇଗଲେ କଥାବାର୍ତ୍ତା ବଦଳି ଯାଉଥିଲା। ନିକଟରେ ତାଙ୍କୁ ଘରକୁ ଆଣି ଅଧିକ ଚିକିତ୍ସା କରିବାକୁ ଚାହୁଁଥିଲେ ପରିବାର ଲୋକ। କିନ୍ତୁ କିଛି ଛୁଟି ମିଳି ନଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି। ଏବେ ରୋଗ ଟିକେ ବଢ଼ି ଯାଇଥିଲା। କିନ୍ତୁ ସଂପୂର୍ଣ୍ଣ ସ୍ୱାଭାବିକ ଆଚରଣ କରୁଥିଲେ ଗୋପାଳକୃଷ୍ଣ । ଏହା ପୂର୍ବରୁ ସେ ଅକ୍ଟୋବର ମାସରେ ଘରକୁ ଆସିଥିବା ତାଙ୍କ ପତ୍ନୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.