ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଏବେ ସୁଦ୍ଧା ୬ ଜିଲ୍ଲାକୁ ଛୁଇଁସାରିଲାଣି ମୌସୁମୀ

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟରେ ଆଗକୁ ବଢୁଛି ମୌସୁମୀ । ଏବେ ସୁଦ୍ଧା ୬ ଜିଲ୍ଲାକୁ ମୌସୁମୀ ଛୁଇଁସାରିଲାଣି । ଆଜି ଆଉ କିଛି ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ । ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ପରେ ମୌସୁମୀ ବାୟୁର ଅଗ୍ରଗତି ଜଣାପଡିବ ।

ଆଗାମୀ ୨ରୁ ୩ ଦିନ ଭିତରେ ରାଜ୍ୟର ଆଉ କିିଛି ସ୍ଥାନକୁ ମୌସୁମୀ ଛୁଇଁପାରେ । ଗତକାଲି କୋରାପୁଟ, କନ୍ଧମାଳ, ନୂଆପଡା, ନୟାଗଡ, ଭୁବନେଶ୍ୱର ଓ କଟକରେ ଭଲ ବର୍ଷା ହୋଇଛି । ଝାରସଗୁଡାରେ ୮.୮ ଓ ରାୟଗଡାରେ ୩ ଓ ବୌଦ୍ଧରେ ୨ ମିଲିମିଟର ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୪ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ଓ୍ଵାଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.