Below header

୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ସାମୁଦ୍ରିକ ଝଡ ‘ନିବାର’, ଏପଟେ ଆରବସାଗରରେ ଦୁର୍ବଳ ହେଉଛି ‘ଗତି’: ପ୍ରଭାବରେ ଆସନ୍ତା ୨୫-୨୬ରେ ଦକ୍ଷିଣ ଓଡ଼ିଶାରେ ବର୍ଷା!

କେନ୍ଯୁଜ୍: ଡବଲ ସାଇକ୍ଲୋନ୍‌ । ଗୋଟିଏ ଆରବ ସାଗରରେ ଆଉ ଗୋଟିଏ ବଙ୍ଗୋପସାଗରରେ । ବଙ୍ଗୋପସାଗରରେ ଝଡ ‘ନିବାର’ ୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ । ଏହା ଏବେ ଦକ୍ଷିଣ- ଦକ୍ଷିଣ ପୂର୍ବ ପୁଡୁଚେରୀଠାରୁ ୭୦୦ କିଲୋମିଟର ଓ ଦକ୍ଷିଣ- ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୭୪୦ କିଲୋମିଟର ଦୂରରେ ରହିଛି । ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବା ପରେ ଉତ୍ତରପୂର୍ବ ଦିଗରେ ଗତି କରିବ । ଏହା ତାମିଲନାଡୁ-ପଡୁଚେରୀ ଉପକୂଳରେ କାରାଇକାଲ ଓ ମରନାଲାପୁରମ୍‌ ମଧ୍ୟରେ ଦେଇ ୨୫ ତାରିଖ ମଧ୍ୟାହ୍ନ କିିମ୍ବା ଅପରାହ୍‌ଣ ସୁଦ୍ଧା ଅତିକ୍ରମ କରିପାରେ ।

ଓଡ଼ିଶାରେ ଝଡ଼ର ବିପଦ ନାହିଁ । ହେଲେ ୨୫-୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୨୫ରେ କୋରାପୁଟ, ରାୟଗଡ଼ା ଓ ଗଜପତି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ନଭେମ୍ବର ୨୬ ଲାଗି କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

cycloneସେହିପରି ଆରବ ସାଗରର ଝଡ଼ ‘ଗତି’ କେପ୍‌ ହାଫୁନ୍‌ ନିକଟ ସୋମାଲିଆ ଉପକୂଳରେ ଲ୍ୟାଣ୍ଡଫଲ କରିଛି । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସାରିଥିଲା ଶକ୍ତିଶାଳୀ ଝଡ଼ ‘ଗତି’ । ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ ଗତି ଦୁର୍ବଳ ହୋଇ ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ହେବ ୧୬ କିଲୋମିଟର ବେଗରେ ଯାଉଛି । ଏହା ଆସନ୍ତା ୬ରୁ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଆଗକୁ ବଢିବ । ଭାରତ ମହାସାଗର, ଚେନ୍ନାଇ ଓ ପୁଡୁଚେରୀ ଉପକୂଳରେ ହାଇଆଲର୍ଟ ଜାରି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.