ସୂର୍ଯ୍ୟମନ୍ଦିରରୁ କଢା ଯିବ ବାଲି, ୨ରୁ ୩ ବର୍ଷ ଲାଗିବ ସମୟ

ଗୋପ(କେନ୍ୟୁଜ୍):  ବ୍ଲାକ ପାଗୋଡ଼ାରୁ କଢାଯିବ ବାଲି। କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ କଢାଯିବ ବାଲି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅନୁମତି ଦେବା ପରେ ବାଲି କାଢିବା ପୂର୍ବରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଉନ୍ନତ ଜ୍ଞାନକୌଶଳରେ ବାଲି କଢାଯିବ। ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞରେ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ନିଜେ ବସି ପୂଜାର୍ଚ୍ଚନା କରିଛନ୍ତି। ପ୍ରଥମେ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ବାଲି କଢାଯିବ। ୨ରୁ ୩ ବର୍ଷ ସମୟ ମଧ୍ୟରେ ବାଲି କାଢିବାକୁ ଲକ୍ଷ୍ୟ ରଖାଯାଇଛି।

୧୨୦ ବର୍ଷ ପରେ କୋଣାର୍କ ମନ୍ଦିରରୁ ବାଲି କଢା ଯିବ। ଜଗମୋହନର ସୁରକ୍ଷା ପାଇଁ ୧୯୦୩ରୁ ୧୯୦୫ମଧ୍ୟରେ ୩ ଦ୍ୱାର ଏବଂ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ରାସ୍ତାକୁ ବନ୍ଦ କରାଯାଇଥିଲା। ବାଲି କାଢିବା ପାଇଁ ବ୍ୟୟ ଅଟକଳ କରାଯାଇ ନାହିଁ । ଏହି ବାଲି କଢା କାର୍ଯ୍ୟକ୍ରମକୁ କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତା ସ୍ୱାଗତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.