ଇଟାଲୀ, ଜର୍ମାନୀ ଓ ସାଉଦି ଆରବ ଦେଶର କମ୍ପାନୀ ଦେବେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ !

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ଇଟାଲୀ, ଜର୍ମାନୀ ଓ ସାଉଦି ଆରବ ଭଳି ଦେଶର କମ୍ପାନୀ । ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ। ଏହିସବୁ ଦେଶ ଭ୍ରମଣ କରିବା ସହ ବହୁ ପୁଞ୍ଜିନିବେଶକାରୀଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି। ପ୍ରାୟ ୨୦ ରୁ ୨୫ଟି କମ୍ପାନୀ ସହ ଆଲୋଚନା କରି ଓଡିଶାରେ ବ୍ୟବସାୟ ପାଇଁ ରହିଥିବା ସମସ୍ତ ସୁବିଧା ସୁଯୋଗ ଉପରେ ସେମାନଙ୍କୁ ଅବଗତ କରାଇଛନ୍ତି । ସେହିପରି ଇଜ ଅଫ ଡୁଇଂ ବିଜନେସରେ ଓଡିଶା କାହିଁକି ତଳକୁ ଖସିଲା ତାହାର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.