ଯାଜପୁର ଚିତାଳୋ କଲେଜରେ ଅଣଛାତ୍ରର ଦବଙ୍ଗଗିରି, କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ ଥାନାରେ ଅଟକ
ଯାଜପୁର ଟାଉନ(କେନ୍ୟୁଜ୍): ବେଆଇନ ଭାବେ କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କୁ ପ୍ରବେଶ କରିବା ପାଇଁ ବାରଣ କରିବାରୁ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି ଯୁବକ ଥାନାରେ ଅଟକ । ଯାଜପୁର ଚିତାଳୋ କଲେଜ ପରିସରକୁ ବ୍ୟାସନଗର ଅଂଚଳର ସ୍ୱରାଜ ମହାପାତ୍ର ନାମକ ଜଣେ ଅଣ ଛାତ୍ର ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଏହାକୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଅଜୟ ସ୍ୱାଇଁ ବିରୋଧ କରିଥିଲେ। ଏଥିରେ ସେ ଉତକ୍ଷିପ୍ତ ହୋଇ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ସ୍ବରାଜ।
ଅଧ୍ୟକ୍ଷଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି। ଅନ୍ୟପଟେ ଅଧକ୍ଷ ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଂପୃକ୍ତ ଅଣଛାତ୍ରଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରୁଛି ଯାଜପୁର ପୋଲିସ।