ବିନା ପରୀକ୍ଷାରେ ଆୟକର ବିଭାଗରେ ନିଯୁକ୍ତି ସୁଯୋଗ, ଦରମା ଲକ୍ଷେରୁ ଅଧିକ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଆୟକର ବିଭାଗରେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ, ଉତ୍ତର ପ୍ରଦେଶ(ପୂର୍ବ), ଲକ୍ଷ୍ନୌରେ ଆୟକର ନିରୀକ୍ଷକ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍‌ ଭାବେ ସ୍ପୋର୍ଟସ ପର୍ସନଙ୍କୁ ଚାକିରି ମିଳିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଆୟକର ବିଭାଗର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପାଇଁ ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦।

ଏହା ବ୍ୟତୀତ ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ ଏହି ଲିଙ୍କ୍‌ https://incometaxindia.gov.in/Pages/default.aspx ରେ କ୍ଲିକ୍‌ କରି ମଧ୍ୟ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ଲିଙ୍କ୍‌ https://incometaxindia.gov.in/Lists/Recruitment%20Notices/Attachments/19/Scan-10-Aug-2021.pdf ମାଧ୍ୟମରେ ମଧ୍ୟ ଅଫିସିଆଲ ନୋଟିଫିକେସନ୍‌ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍‌ ୨୮ଟି ପଦରେ ଚାକିରି ମିଳିବ।

ପଦ ନାମ:

ଆୟକର ନିରୀକ୍ଷକ

ଟ୍ୟାକ୍ସ ଆସିଷ୍ଟାଣ୍ଟ

ମଲ୍ଟି-ଟାସ୍କିଂ ଷ୍ଟାଫ୍‌

ଯୋଗ୍ୟତା:

ସ୍ନାତକ

ବୟସ ସୀମା:

୧୮ରୁ ୩୦ ବର୍ଷ

ଦରମା:

ଆୟକର ନିରୀକ୍ଷକ-୪୪,୯୦୦ରୁ ୧,୪୨,୪୦୦

ଟ୍ୟାକ୍ସ ଆସିଷ୍ଟାଣ୍ଟ-୨୫,୫୦୦ରୁ ୮୧,୧୦୦

ମଲ୍ଟି ଟାସ୍କିଂ ଷ୍ଟାଫ୍‌-୧୮,୦୦୦ରୁ ୫୬,୯୦୦

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.