ଶପଥ ନେଲେ ନୂଆ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ବର(କେନ୍ଯୁଜ୍): ଶପଥ ନେଲେ ନୂଆ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥପାଠ କରାଯାଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଜଳଦଙ୍କ ନାଁରେ ମୋହର ଲାଗିଥିଲା ।

ଗତ ଅଗଷ୍ଟରେ ମୁଖ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ଆଇଆରଏସ୍‌ ଅଧିକାରୀ ସୁନିଲ କୁମାର ମିଶ୍ର ଅବସର ଗ୍ରହଣ କରିଥିଲେ । ଜଳଦ ତ୍ରିପାଠୀ ହେଉଛନ୍ତି ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ । ତିନି ଦଶନ୍ଧି ଧରି ସେ ପୋଲିସ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବା ପରେ ଜୁନ୍‌ ୧୦୧୯ରେ ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.