ରାଜ୍ୟ ମୁଖ୍ୟ ସୂଚନା କମିଶନର ହେଲେ ଜଳଦ କୁମାର ତ୍ରିପାଠୀ, ମୋହର ମାରିଲେ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ):  ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର । ତାଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରୀପାଠୀ । ପୂର୍ବରୁ ସେ ତାମିଲନାଡୁର ପୋଲିସ ଡିଜି ଥିଲେ । ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ ଜଳଦ କୁମାର ତ୍ରିପାଠୀ । ତିନି ଦଶନ୍ଧି ଧରି ସେ ପୋଲିସ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଥିଲେ । ୨୦୧୯ ଜୁନ୍‌ରେ ତାମିଲନାଡୁର ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଅଗଷ୍ଟ ମାସରେ ମୁଖ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ଆଇଆରଏସ୍‌ ଅଧିକାରୀ ସୁନିଲ କୁମାର ମିଶ୍ର ଅବସର ଗ୍ରହଣ କରିଥିଲେ । ଜୁନ୍‌ ମାସରେ ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.