ଯାଜପୁର : ସଡକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନଙ୍କ ମୃତ୍ୟୁ
ଯାଜପୁର ଟାଉନ (କେନ୍ୟୁଜ) : ସଡକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନ ଙ୍କ ମୃତ୍ୟୁ।ମୃତକ ହେଲେ ସଦର ଥାନା କୁନିନ୍ଦା ଗାଁ ର ରମେଶ ଚନ୍ଦ୍ର ସାହୁ।ରମେଶ ଛୁଟିରେ ନିଜ ଘରକୁ ଆସିଥିଲେ। ପାଣିକୋଇଲି ରୁ ନିଜ ବାଇକ ରେ ରମେଶ ଘରକୁ ଫେରୁଥିବା ବେଳେ ନମିଟିକିରି ନିକଟରେ ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପୋଲ ବାଡ଼ ରେ ପିଟିହୋଇଯାଇଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ କଟକ ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ବ୍ୟବଛେଦ ପାଇଁ ଯାଜପୁର ଡାକ୍ତର ଖାନାରେ ରଖାଯାଇଛି।