ଚଳିତ ବର୍ଷ ପ୍ରଥମ ଥର ନୀଳଗିରିରେ ପ୍ରବେଶ କରିଛି ଝାଡଖଣ୍ଡି ହାତୀ, ଦଳି ଚକଟି ନଷ୍ଟ କଲା ଫସଲ

ନୀଳଗିରି: ନୀଳଗିରିରେ ଝାଡଖଣ୍ଡି ହାତୀ । ଚଳିତ ବର୍ଷ ପ୍ରଥମ ଥର ଝାଡ଼ଖଣ୍ଡି ଦନ୍ତା ନୀଳଗିରିରେ ପ୍ରବେଶ କରିଛି । କାଠପାଳ ଦେଇ ପ୍ରବେଶକରି ଏବେ ଗୋପାଳପୁର ଜଙ୍ଗଲରେ ପଶିଥିବା ବେଳେ ଯିବା ବାଟରେ ଫସଲ ଦଳି ନଷ୍ଟ କରିଥିବା ଜଣାଯାଇଛି ।

ବଡ଼ ହାତୀପଲ ମୟୁରଭଞ୍ଜର ଦେଉଳି ରେଞ୍ଜରେ ଥିବା ସୂଚନା ମିଳିଛି । ଦନ୍ତା ହାତୀ ପ୍ରଥମେ ପ୍ରବେଶ କରିଥିବାରୁ ଅନ୍ୟ ହାତୀପଲ ଖୁବଶୀଘ୍ର ଆସିବା ଅନୁମାନ କରାଯାଉଛି । ଲୋକଙ୍କ ଜୀବନ ଓ ଫସଲନଷ୍ଟ ସହ ହାତୀର କ୍ଷତି ନହେବାକୁ ଉଭୟ ନୀଳଗିରି ଓ କୁଳଡିହା ବନଭିବାଗ ହାତୀର ଗତିପଥ ଉପରେ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.