Below header

ସ୍ମାର୍ଟ ହେବ ଝାରପଡ଼ା ଜେଲ୍‌, ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ

ଭୁବନେଶ୍ବର(କେନ୍ୟୁଜ୍): ଝାରପଡ଼ା ଜେଲ୍‌ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍‌ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍‌ । ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । ୨୫ଶହ କଏଦୀଙ୍କ ପାଇଁ ହେବ ଜେଲ । ଏହା ହେବ ଦେଶର ସବୁଠାରୁ ବଡ଼ କାରାଗାର । ବିଦେଶର ଜେଲ ଢାଞ୍ଚାରେ ନିର୍ମାଣ ହେବ । ଏଠାରେ ରହିବ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା । ବାୟୋମେଟ୍ରିକ୍‌ ବ୍ୟବସ୍ଥା ହେବ । ଦୁଇ ବର୍ଷ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ A1 ସୁରକ୍ଷା । ଗ୍ରୀନ ଜେଲ୍‌, ଜିରୋ କାର୍ବନ ଏମିସନ୍‌, ସୋଲାର ବିଦ୍ୟୁତ ବ୍ୟବହାର ହେବ ।

୪୦୦ ମିଟର ଟ୍ରାକ ରହିବ । ମହିଳା କଏଦୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ । ବିଭିନ୍ନ ବର୍ଗ କଏଦୀଙ୍କ ପାଇଁ ବ୍ୟବସ୍ଥା କରାଯିବ । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ମଡେଲ ଜେଲରେ ରହିବ ମିଲେଟ୍‌ ବ୍ୟବସ୍ଥା । ସେହିପରି କ୍ରେଜ୍‌, ଆମ୍ଫି ଥିଏଟର, ଲାଇବ୍ରେରୀ, ଷ୍ଟାଫ୍‌ କ୍ୱାର୍ଟର, ସ୍ୱତନ୍ତ୍ର ହସ୍ପିଟାଲ ଓ ପାଥୋଲୋଜି ଲାବ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.