ବିଫଳ ପ୍ରେମିକର ବର୍ବରକାଣ୍ଡ, ସୁପାରୀ ଦେଇ ପ୍ରେମିକାର ବାପାକୁ ନିର୍ମମ ହତ୍ୟା

ଟିଟିଲାଗଡ଼(କେନ୍ୟୁଜ) : ବିଫଳ ପ୍ରେମିକର ବର୍ବରକାଣ୍ଡ। ପ୍ରେମିକାକୁ ନପାଇ ପ୍ରତିଶୋଧରେ ସୁପାରୀ ଦେଇ ତାର ବାପାଙ୍କୁ ହତ୍ୟା କଲା ପ୍ରେମିକ। ଟିଟିଲାଗଡ଼ ଥାନା ଚୋରମରା ଗାଁ ନିକଟରେ ଚଣାବିକାଳୀକୁ ବର୍ବର ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଚୋରମରା ଗାଁର ଗର୍ଜୁ ରଣାଙ୍କ ଦ୍ୱିତୀୟ ଝିଅକୁ ସେହି ଗାଁର ଆଦିଲ ମହମ୍ମଦ ଗତ ୪ବର୍ଷ ଧରି ପ୍ରେମ ସଂପର୍କ ରହିଥିଲା। ଏହା ଜାଣିବା ପରେ ଗର୍ଜୁ ତାଙ୍କ ଝିଅକୁ ଲକଡାଉନ ବେଳେ କଳାହାଣ୍ଡିର ମଦନପୁର ଥାନା ଶାପଲହର ଗାଁର ଜଣେ ଯୁବକଙ୍କ ସହ ବିବାହ କରାଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗର୍ଜୁଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଆଦିଲ।

ତାଙ୍କୁ ହତ୍ୟା କରିବାକୁ ୪ଜଣ ସାଙ୍ଗଙ୍କୁ ଏକ ଲକ୍ଷ ଟଙ୍କା ଦେଇ ଡିଲ କରିଥିଲା। ଗତ ୨ତାରିଖରେ ଗର୍ଜୁ ଚଣା ବିକି ଫେରୁଥିବା ବେଳେ ତାଙ୍କୁ ୫ ଜଣ ଗଳାକାଟି ହତ୍ୟା କରି ଫେରାର ହୋଇଥିଲେ। ଏହି ମାମଲାରେ ପୋଲିସ ତଦନ୍ତ କରି ଆଦିଲଙ୍କ ସହ ସୁଦାମ ରଣା, ଯୁବରାଜ ବିଶି, ଓ ରାଜାରାମ ଛୁରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟିଟିଲାଗଡ଼ ଏସଡିପିଓ କହିଛନ୍ତି। ହତ୍ୟାରେ ବ୍ୟବହୃତ ଛୁରୀ, ୫ଟି ମୋବାଇଲ ଫୋନ ଓ ଏକ ପଲସର ବାଇକକୁ ମଧ୍ୟ ପୋଲିସ ଜବତ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.