ଝିଅ ବିଦା ବେଳେ ହାଜର ପ୍ରେମିକ, କନିଆଁ ସାଜି ଯାଉଥିବା ପ୍ରେମିକାକୁ ଅଧା ବାଟରେ ରୋକିଲେ ଯୁବକ

ଭଦ୍ରକ (କେନ୍ୟୁଜ) : ପ୍ରେମ କଲେ, ସାଙ୍ଗ ହୋଇ ଆଇସକ୍ରୀମ ଖୁଆ ଖୁଇ ହେଲେ, ସାଙ୍ଗରେ କେତେ କୁଆଡେ ବୁଲିଲେ। ନିଜର କରିବି କହି ଧୋକା ଦେଇଚାଲିଲା, ମିଠା ମିଠା କଥା କହି ଟଙ୍କା ଲୁଟି ଚାଲୁଥିଲା। ପ୍ରିୟତମା ପ୍ରେମିକାର ସବୁ ଡିମାଣ୍ଡ ବି ପୂରା କରୁଥିଲା ପ୍ରେମିକ। କିନ୍ତୁ ଠକିଦେଲା ପ୍ରେମିକା, ବିବାହ କରିଦେଲା ଆଉ ଜଣଙ୍କୁ। ଆଉ ଯେତେବେଳେ ପ୍ରେମିକ କାନରେ ଏକଥା ପଡିଲା ସେ କଣ ଆଉ ଥୟ ଧରେ। ବାସ୍‌ ସିଧା ଗଲା ବିଦା ହୋଇ ଯାଉଥିବା ବର କନିଆଁଙ୍କ ଗାଡିକୁ ମଝି ରାସ୍ତାରେ ଅଟକାଇଲା ପ୍ରେମିକ।

ରାସ୍ତା ମଝିରେ ହଙ୍ଗାମା କଲେ ପ୍ରେମିକ। ପ୍ରେମିକା ଆଉ ଜଣେ ଯୁବକଙ୍କୁ ବାହା ହୋଇ ଶାଶୁ ଘରକୁ ଯାଉଥିବା ବେଳେ ତାଙ୍କୁ ଅକଟାଇ ଜବାବ ମାଗିଛନ୍ତି ପ୍ରେମିକ। ରାସ୍ତା ଉପରେ ଏହି ଲଭ ଓ ଧୋକ୍କାର ହାଇଡ୍ରାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ବରାଙ୍ଗ ଗାଁର ନିସାକର ବାରିକଙ୍କ ପୁଅ ହେଉଛନ୍ତି ଦିନବନ୍ଧୁ। ସେ ବାସୁଦେବପୁର ଥାନା ଲୁଙ୍ଗା ପଞ୍ଚାୟତର ବାରିକ ସାହି ଗାଁର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୮ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।

ଦିନବନ୍ଧୁ ମଧ୍ୟ ପୁଷ୍ପଲତାଙ୍କ ପରିବାର ଲୋକଙ୍କ ସହ କଥା ହେଉଥିଲେ। ଏପରି କି ଦୁହିଁଙ୍କ ବିବାହ କରିବାକୁ ପୁଷ୍ପଲତାଙ୍କ ବାପା ସୁଶାନ୍ତ କଥା ଦେଇଥିଲେ। ଏକଥାକୁ ଦିନବନ୍ଧୁ ମଧ୍ୟ ବିଶ୍ୱାସ କରି ନେଇଥିଲେ। ଏହାର ଫାଇଦା ଉଠାଇ ସୁଶାନ୍ତ ଅନେକ ସମୟରେ ଦିନବନ୍ଧୁଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ମଧ୍ୟ ଆଣୁଥିଲେ। ସେ ମଧ୍ୟ ଭାବୀ ଶ୍ୱଶୁରଙ୍କୁ କେବେ ହେଲେ ଟଙ୍କା ଦେବାକୁ ମନା କରୁ ନଥିଲେ।

car bdkପୁଅ ଝିଅର ପରିବାରଙ୍କ ସହ କଥା ମଧ୍ୟ ହେଉଥିଲେ ଦୁଇ ଜଣଙ୍କ ବାହାଘର କରିବେ ବେଲି ଝିଅର ବାପା ପୁଅକୁ କଥା ଦେଇଥିଲେ,ଝିଅର ବାପା ପୁଅ ପାଖରୁ ଟଙ୍କା ମଧ୍ୟ ନେଇ ଥିଲେ,ପୁଅର ପରିବାର ଓ ଝିଅ ପରିବାର ଫୋନ ଯୋଗୋ କଥାବାର୍ତ୍ତା କରୁଥିଲେ ସବୁକିଛି ଠିକ୍ ଠାକ୍ ଥିଲା ,କିନ୍ତୁ ଗତକାଲିରାତିରେ ହଠାତ ପୁଅ ଶୁଣିବାକୁ ପାଇଲା ଯେ ଝିଅର ଅଲଗା ଯାଗାରେ ବାହାଘରେ ହେବାକୁ ଯାଉଛି ପିରହାଟ ଥାନା ଦୌଲତପୁର ଅଞ୍ଚଳର।

ଦିନବନ୍ଧୁ ଫୋନରେ ଝିଅ ଆଉ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ । ଏହାପରେ ପୁଅ ସାବରଙ୍ଗ ଥାନାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ। ଆଜି ସକାଳୁ ବାହାଘର ସାରି ଫେରୁଥିବା ବେଳେ ପ୍ରେମିକ ଦିନବଂଧୁ ବାରିକ୍ ଇଛାପୁର ଠାରେ ବର ଗାଡ଼ି କୁ ଅଟକାଇଥିଲେ।ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା ,ସାବରଙ୍ଗ ପୋଲିସ ପହଞ୍ଚି ସମସ୍ତ ଙ୍କ ଥାନାକୁ ଆଣିଥିଲା,ଥାନାରେ ତିନି ପକ୍ଷ ପହଞ୍ଚିବା ପରେ ବର ଓ କନିଆଁକୁ ଛାଡ଼ିଦେଇଥିଲା ପୋଲିସ। ପୋଲିସ ଝିଅର ବାପା ସୁଶାନ୍ତ ବାରିକ୍ ଓ ପୁଅ ଦିନବଂଧୁ ବାରିକ ଦୁଇ ଜଣଙ୍କୁ ଅଟକ ରଖିଛି।