ଟ୍ରାକ୍ଟର ଟ୍ରଲି ଓଲଟିବାରୁ ୫ ଜଣଙ୍କ ଦୁଃଖଦ ମୃତ୍ୟୁ, ୨୦ ଗୁରୁତର

ହରଦା : ମଧ୍ୟପ୍ରଦେଶର ହରଦା ଜିଲ୍ଲା ଖିରାକିଆ ଖଣ୍ଡପା ରାଜପଥର ଘନୋରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଲୋକମାନଙ୍କୁ ଖିରାକିଆ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

ଏକ ଗ୍ରାମୀଣ କାର୍ଯ୍ୟକ୍ରମରୁ ଟ୍ରାକ୍ଟର ଯୋଗେ ଫେରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଲେଉଟି ପଡିଥିଲା । ଫଳରେ ଟ୍ରାକ୍ଟର ଟ୍ରଲିରେ ଥିବା ଲୋକେ ଟ୍ରଲି ତଲେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଆହତ ସବୁ ଲୋକଙ୍କୁ ନିକଟସ୍ଥ ହସପିଟାଲ ନେଇଯାଇଥିଲେ । ହେଲେ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଡାକ୍ତର ଉପସ୍ଥିତ ନଥିଲେ । ଦୀର୍ଘ ୧ ଘଣ୍ଟା ପରେ ଡାକ୍ତର ଆସି ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗୁରୁତର ୨୦ ଜଣଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.