ଆଦୌ ବି ସୁରକ୍ଷିତ ନୁହେଁ ସ୍ମାର୍ଟସିଟି, ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ କଲେ ଆକ୍ରମଣ

ଯେଉଁଭଳି ଭାବେ ରାଜଧାନୀରେ ଗୁଣ୍ଡାଗର୍ଦ୍ଦି ଆତଙ୍କରାଜ ଓ ଡକାୟତୀ ଚାଲିଛି ସେଠାରେ ରାତିରେ ଏକାକୀ ଯିବା ଆପଣଙ୍କ ଜୀବନ ପ୍ରତି ଆଣିପାରେ ବିପଦ । ସ୍ମାର୍ଟସିଟି ରାଜଧାନୀ ଚାକଚକ୍ୟ ଲାଇଟ ଭାବି ଆପଣ ଯଦି ବିଳମ୍ବିତ ରାତି ଯାଏଁ ବାହାରେ ରହିଲେ, ତାହା ଆପଣଙ୍କ ପାଇଁ ଆଣିପାରେ ବିପଦ ।

ଭୁବନେଶ୍ୱର (କେନ୍ୟୁଜ) : ଦିନକୁ ଦିନ ଡରାଉଛି ରାଜଧାନୀ । ଆଦୌ ବି ସୁରକ୍ଷିତ ନୁହେଁ ସ୍ମାର୍ଟସିଟି । ଏଠି ରାତି ୧୦ଟାରେ ବି ଏକାକୀ ଯିବାକୁ ଭୟ ଲାଗିବ । କାହିଁକିନା ଯେଉଁଭଳି ଭାବେ ରାଜଧାନୀରେ ଗୁଣ୍ଡାଗର୍ଦ୍ଦି ଆତଙ୍କରାଜ ଓ ଡକାୟତୀ ଚାଲିଛି ସେଠାରେ ରାତିରେ ଏକାକୀ ଯିବା ଆପଣଙ୍କ ଜୀବନ ପ୍ରତି ଆଣିପାରେ ବିପଦ । ସ୍ମାର୍ଟସିଟି ରାଜଧାନୀ ଚାକଚକ୍ୟ ଲାଇଟ ଭାବି ଆପଣ ଯଦି ବିଳମ୍ବିତ ରାତି ଯାଏଁ ବାହାରେ ରହିଲେ, ତାହା ଆପଣଙ୍କ ପାଇଁ ଆଣିପାରେ ବିପଦ ।

ଏମିତି ଏକ ବଡ ବିପଦକୁ ସାମ୍ନା କରିଛନ୍ତି ଜଣେ ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ର । ରିପୋର୍ଟର ଜୋତିରଞ୍ଜନ ମହାପାତ୍ରଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି ୪ ଜଣ ଯୁବକ । ଯାହାଫଳରେ ଜ୍ୟୋତିଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି ।

ତେବେ ଯାହା ସୂଚନା ରହିଛି ଗତକାଲି ରାତି ୧୨ ଟାରେ ଭିଏସଏସ ନଗରରେ ଏଭଳି କାଣ୍ଡ ଘଟିଛି । ଜୋତିରଞ୍ଜନ ରାତିରେ ଭୁବନେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ମଞ୍ଚେଶ୍ୱର ଥାନା ଗାଡ଼କଣ ନିକଟ ଡ଼ମ୍ପିୱାର୍ଡ଼ ଦେଇ ଫେରୁଥିବା ବେଳେ ଘଟିଛି ଏହି ବଡ ଅଘଟଣ । ଜୋତିରଞ୍ଜନ ରସୁଲଗଡରୁ ଏକ ବାଇକରେ ଭିଏସଏସ ନଗର ଦେଇ ଯାଉଥିବା ବେଳେ ଦୁଇଟି ବାଇକରେ ୪ ଜଣ ଯୁବକ ଦୁଇଟି ବାଇକରେ ତାଙ୍କୁ ପିଛା କରିଥିଲେ ।

ପରେ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିବା ସହ ଗାଡି ରଖିବାକୁ କହିଥିଲେ । ହେଲେ ଜୋତିରଞ୍ଜନ ବାଇକ ନରଖିବାରୁ ସେମାନେ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥଲେ । ପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ହେଲେ ସ୍ଥାନୀୟ ଲୋକ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ । କିିନ୍ତୁ ସେତେବେଳକୁ ଜ୍ୟୋତିଙ୍କୁ ଲହୁଲୁହାଣ କରାପକାଇଥିଲେ ଦୁର୍ବୃର୍ତ୍ତ । ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ । ତାଙ୍କ ମୁଣ୍ଡରେ ୫ଟି ଷ୍ଟିଜ ପଡିଛି ।

ଏନେଇ ଜୋତିରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସେପଟେ ଲୁଟ ଉଦ୍ଦେଶ୍ୟରେ କେହି ଏଭଳି କରିଥିବା ସନ୍ଦେହ କରୁଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସୂଚନା ଦେଇଛି ପୋଲିସ। ତେବେ ଏହି ଘଟଣା ପରେ ସାମ୍ବାଦିକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କେଉଁଥିପାଇଁ ସେମାନେ ଏଭଳି ଆକ୍ରମଣ କରିଛନ୍ତି ସେନେଇ କିଛି ଜାଣିନଥିବା କହିଛନ୍ତି ଜ୍ୟୋତିରଞ୍ଜନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.