ଏଟିଏମ୍ ରୁ ଟଙ୍କା ନୁହେଁ ବାହରୁଛି ପିଜା, ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ମେସିନ୍
ଉତ୍ତର ଭାରତରେ ପିଜା ଏଟିଏମ୍ ପ୍ରଥମ ଥର ପାଇଁ ଇନଷ୍ଟଲ କରାଯାଇଛି । ବର୍ତ୍ତମାନ ଦେଶରେ ଏହା ହେଉଛି ଏକମାତ୍ର ପିଜା ଏଟିଏମ୍, ଯେଉଁଥିରୁ ଅତି ସ୍ୱାଦିଷ୍ଟ ପିଜା ବାହାରୁଛି । ଏହି ମେସିନଟି ଫ୍ରାନ୍ସର ଏକ ମେସିନ୍ କୁ ଦେଖିବା ପରେ ପ୍ରସ୍ତୁତ କରାଯାଇଛି ।

ଏଟିଏମ୍ ନାଁ ଶୁଣିଲେ ଟଙ୍କା କଥା ମନକୁ ଆସେ । କିନ୍ତୁ ଏବେ ଆସିଛି ଏକ ନୂଆ ଏଟିଏମ୍ । ଯେଉଁଥିରୁ ଟଙ୍କା ନୁହେଁ ବାହରୁଛି ପିଜା । ଏଭଳି ଏକ ଏଟିଏମ୍ ଚଣ୍ଡିଗଡ଼ରେ ଇନଷ୍ଟଲ କରାଯାଇଛି । ଚଣ୍ଡିଗଡ଼ର ସୁଖନା ହ୍ରଦ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏଠାରେ ଏକ ନୂଆ ପିଜା ଏଟିଏମ୍ ଖୋଲାଯାଇଛି । ଏହି ନୂଆ ପିଜା ଏଟିଏମ୍ ଚଣ୍ଡିଗଡ଼ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (CITCO) ଦ୍ୱାରା ଇନଷ୍ଟଲ କରାଯାଇଛି । ଯାହା ମାତ୍ର ତିନି ମିନିଟରେ ପିଜା ପ୍ରସ୍ତୁତ କରିପାରୁଛି ।
ସିଟିକୋ ଅଧିକାରୀଙ୍କ କହିବା ଅନୁଯାୟୀ, ଉତ୍ତର ଭାରତରେ ପିଜା ଏଟିଏମ୍ ପ୍ରଥମ ଥର ପାଇଁ ଇନଷ୍ଟଲ କରାଯାଇଛି । ବର୍ତ୍ତମାନ ଦେଶରେ ଏହା ହେଉଛି ଏକମାତ୍ର ପିଜା ଏଟିଏମ୍, ଯେଉଁଥିରୁ ଅତି ସ୍ୱାଦିଷ୍ଟ ପିଜା ବାହାରୁଛି । ଏହି ମେସିନଟି ଫ୍ରାନ୍ସର ଏକ ମେସିନ୍ କୁ ଦେଖିବା ପରେ ପ୍ରସ୍ତୁତ କରାଯାଇଛି । iMatrix Worldwide ର ସ୍ଥାନୀୟ ଲାଇସେନ୍ସପ୍ରାପ୍ତ ଡାକ୍ତର ରୋହିତ ଶର୍ମା ତାଙ୍କ ମୋହାଲି କାରଖାନାରେ ଏହି ମେସିନକୁ ପ୍ରସ୍ତୁତ କରିବା ପାଇଁ ଚ୍ୟାଲେଞ୍ଜ ନେଇଥିଲେ ।
ଏହା ପୂର୍ବରୁ ମୁମ୍ବାଇର ଏକ ରେଳ ଷ୍ଟେସନରେ ସମାନ ପିଜା ଏଟିଏମ୍ ମେସିନ ଦେଖିବାକୁ ମିଳିଥିଲା, କିନ୍ତୁ କୋଭିଡ ପରେ ଏହି ମେସିନର ଚାହିଦା ଧିରେ ଧିରେ କମିବାକୁ ଲାଗିଲା ତେଣୁ ଏହାକୁ ବନ୍ଦ କରାଯାଇଥିଲା । ରୋହିତ ଶର୍ମାଙ୍କ କହିବା ଅନୁସାରେ ଫ୍ରାନ୍ସରେ ଥିବା ପିଜା ଏଟିଏମ୍ ଅଧିକ ମହଙ୍ଗା ଥିଲା ତେଣୁ ସେ ନିଜ କାରଖାନାରେ ଅଳ୍ପ ଖର୍ଚ୍ଚରେ ଏହି ମେସିନ ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଥିଲେ ।
ତେବେ ସୁଖନା ହ୍ରଦରେ ଇନଷ୍ଟଲ ହୋଇଥିବା ଏହି ପିଜା ଏଟିଏମ୍ କୁ ନେଇ ଜନସାଧାରଣ ଭଲ ପ୍ରତିକ୍ରିୟା ଦେଇଛନ୍ତି । ଏହି ମେସିନ୍ ଦିନକୁ ହାରାହାରି ୧୦୦ ପିଜା ଯୋଗାଇ ପାରୁଛି ଏବଂ ସପ୍ତାହ ଶେଷରେ ୨୦୦- ୩୦୦ ପିଜା ତିଆରି କରି ପାରୁଛି ।
ଏଟିଏମରୁ ବାହାରୁଥିବା ପିଜା ଉଚିତ ମୂଲ୍ୟରେ ଉପଲବ୍ଧ । ଡୋମିନୋଜ ଏବଂ ପିଜା ହଟ ଭଳି ଲୋକପ୍ରିୟ ପିଜା ଅପେକ୍ଷା ଏହି ପିଜାଗୁଡ଼ିକର ମୂଲ୍ୟ ପ୍ରାୟ ୩୫ ପ୍ରତିଶତ ଶସ୍ତା ରହିଛି । ମିଡିୟମ ପନୀର୍ ଟିକ୍କା ପିଜା ଭଳି ଅପ୍ସନଗୁଡ଼ିକର ମୂଲ୍ୟ ଡୋମିନୋଜରେ ୫୬୦ ଟଙ୍କା କିନ୍ତୁ ଏହି ପିଜା ଏଟିଏମରୁ ମାତ୍ର ୩୪୦ ଟଙ୍କାରେ ଆପଣ ପିଜା ପାଇ ପାରିବେ ।
ଆପଣ ଯେଉଁ ପ୍ରକାରର ପିଜା ଖାଇବାକୁ ଚାହୁଁଥିବେ ସେହି ଅନୁସାରେ ମେସିନ ପିଜା ବେସ୍ ପ୍ରସ୍ତୁତ କରିବ ଏବଂ ମାତ୍ର ତିନି ମିନିଟରେ ଆପଣଙ୍କ ମନ ପସନ୍ଦର ପିଜା ଏଟିଏମ୍ ରୁ ବାହାରିବ । ସୁଖନା ହ୍ରଦରେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗେ । ଏପରିକି ଲୋକମାନେ ବିଭିନ୍ନ ପ୍ରକାର ସ୍ନାକ୍ସ ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି । ତେଣୁ ଏସବୁକୁ ନଜରରେ ରଖି ପିଜା ମେସିନ୍ ଇନଷ୍ଟଲ କରିବା ପାଇଁ ଅନୁମତି ଦିଆଯାଇଛି ।