କୃଷକ ଆନ୍ଦୋଳନ : ପଞ୍ଚକୁଲାରେ ୧୪୪ ଧାରା ଲାଗୁ, ଆନ୍ଦୋଳନକୁ ରୋକିବାକୁ କ୍ରେନ, ପଥର, ଟାୟାର କିଲର ଏବଂ ରାସ୍ତାର କଣ୍ଟା ବିଛାଇଛି ପୋଲିସ

ହରିୟାଣା ପୋଲିସ ତରଫରୁ ପଞ୍ଜାବ ଏବଂ ହରିୟାଣାର ପ୍ରମୁଖ ମାର୍ଗରେ ପ୍ରବଳ ଗହଳିକୁ ଦେଖି ଟ୍ରାଫିକ ଆଡଭାଇଜାରି ଜାରି ହୋଇଛି । ଦିଲ୍ଲୀରେ କୃଷକଙ୍କ ଏଣ୍ଟ୍ରିକୁ ରୋକିବା ପାଇଁ ବ୍ୟାରିକେଡ ସଂଖ୍ୟା ବଢାଇ ଦିଆଯାଇଛି । ଏଠାରେ ଟାୟାର କିଲର, କ୍ରେନ, ହାଇଡ୍ରୋଲିକ ମେସିନ, ଓ୍ଵାଟର କ୍ରେନ, କଣ୍ଟେନର ଏବଂ ବଡ ବଡ ପଥର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।

କୃଷକ ଆନ୍ଦୋଳନକୁ ନେଇ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ଗୋଟେ ପଟେ ହରିୟାଣା ସରକାର ରାଜ୍ୟର ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ସେପଟେ ଚଣ୍ଡୀଗଡର ପଞ୍ଚକୁଲାରେ ୧୪୪ ଧାରା ଲାଗୁ କରାଯାଇଛି । ପଞ୍ଚକୁଲା ଡିସିପି ସୁମେର ସିଂ ପ୍ରତାପଙ୍କ କହିବାନୁସାରେ, ଚାଲିକି, ଟ୍ରାକ୍ଟରରେ ଏବଂ ବାହନ ସହିତ ଶୋଭାଯାତ୍ରା, ପ୍ରଦର୍ଶନ ଏବଂ ମାର୍ଚ୍ଚ ପାଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

କୃଷକ ସଂଗଠନ ୧୩ ଫେବୃଆରୀରୁ ଦିଲ୍ଲୀର କୁଚରେ ଘୋଷଣା ହେବା ପରେ ଏହାକୁ ରୋକିବାକୁ ପଞ୍ଜାବ-ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପଞ୍ଜାବ-ହରିୟାଣା ସୀମାକୁ ଆଶିଂକ ଭାବେ ସିଲ୍‌ କରିଦିଆଇଛି । ସୀମାରେ ବାରିକେଡ, ବୋଲଡର, ବାଲି ଭର୍ତ୍ତି ଗାଡି ଏବଂ କଣ୍ଟା ତାର ଲଗାଇ ବନ୍ଦ କରିଦିଆଯାଇଛି । ଏହାସହିତ ଅର୍ଦ୍ଧସୈନିକ ବଳ ମଧ୍ୟ ନିୟୋଜିତ ରହିଛନ୍ତି ।

ପଞ୍ଜାବ-ହରିୟାଣା ଜିଲ୍ଲାର ସୀମା ସିଲ୍‌ ହେବା ସହିତ ଟ୍ରାଫିକ ଆଡଭାଇଜାରି ମଧ୍ୟ ଜାରି ହୋଇଛି । ହରିୟାଣା ପୋଲିସ ତରଫରୁ ପଞ୍ଜାବ ଏବଂ ହରିୟାଣାର ପ୍ରମୁଖ ମାର୍ଗରେ ପ୍ରବଳ ଗହଳିକୁ ଦେଖି ଟ୍ରାଫିକ ଆଡଭାଇଜାରି ଜାରି ହୋଇଛି । ଦିଲ୍ଲୀରେ କୃଷକଙ୍କ ଏଣ୍ଟ୍ରିକୁ ରୋକିବା ପାଇଁ ବ୍ୟାରିକେଡ ସଂଖ୍ୟା ବଢାଇ ଦିଆଯାଇଛି । ଏଠାରେ ଟାୟାର କିଲର, କ୍ରେନ, ହାଇଡ୍ରୋଲିକ ମେସିନ, ଓ୍ଵାଟର କ୍ରେନ, କଣ୍ଟେନର ଏବଂ ବଡ ବଡ ପଥର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଆଉ ଡ୍ରୋନ ଦ୍ୱାରା ନଜର ରଖାଯାଉଛି ।

ସୂଚନାଯୋଗ୍ୟ, ଏମଏସପିକୁ ନେଇ ଆଇନଗତ ଗ୍ୟାରେଣ୍ଟି, ସ୍ୱାମୀନାଥନ ଆୟୋଗରେ ସୁପାରିଶ ଲାଗୁ କରିବା, କୃଷି ମନ୍ତ୍ରୀ କ୍ଷମା ମାଗିବା, କୃଷକଙ୍କ ନାଁରେ ଅଭିଯୋଗକୁ ଫେରାଇ ନେବା, ଲଖମୀପୁର ଖେରି ହିଂସାରେ ପିଡିତଙ୍କୁ ନ୍ୟାୟ ଦେବା କୃଷକ ଆନ୍ଦୋଳନର ମୁଖ୍ୟ ଦାବି କରିଛି । ଏଥିପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚ ୧୩ ଫେବୃଆରୀରେ ଦିଲ୍ଲୀ ଚଲୋ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ହରିୟାଣା, ପଞ୍ଜାବ ସରକାର ରୋକିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.