ଇଟାଭାଟିରେ ତଳେ ଲାଗିଛି ନିଆଁ, ଉପରେ ଶୋଇଥିଲେ ଶ୍ରମିକ, ଶ୍ୱାଶରୁଦ୍ଧ ହୋଇ କ୍ଷଣିକରେ ଚାଲିଗଲା ଜୀବନ

ମୃତ୍ୟୁ ଯେତେବେଳେ ପାଖରେ ଆସିଥାଏ ନା ସେତେବେଳେ ବୁଦ୍ଧି ଶୁଦ୍ଧି ବି ଶୂନ୍ୟ ହୋଇଯାଏ । ଏଇ ଯେମିତି ଅକାଳରେ ଚାଲିଯାଇଛି ଗୋଟିଏ ପରିବାରର ୪ ଜଣଙ୍କ ଜୀବନ । ଇଟାଭାଟିରେ କାମ କରି ରାତିରେ ସେଇଠି ଶୋଇଥିଲେ କିନ୍ତୁ ଶ୍ୱାଶରୁଦ୍ଧରେ ଚାଲିଯାଇଛି ସେମାନଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗାଁ ନିକଟ ଇଟା ଭାଟିରେ ।

ଢ଼େଙ୍କାନାଳ (କେନ୍ୟୁଜ) : ସତରେ ଜୀବନ ପାଣି ଫୋଟକା । କେତେବେଳେ ଯେ ମଣିଷ ଶରୀରରୁ ଏ ଜୀବନଟି ଚାଲିଯିବ ତାହା କେହି କହିପାରିବେନାହିଁ । ମୃତ୍ୟୁ ଯେତେବେଳେ ପାଖରେ ଆସିଥାଏ ନା ସେତେବେଳେ ବୁଦ୍ଧି ଶୁଦ୍ଧି ବି ଶୂନ୍ୟ ହୋଇଯାଏ । ଏଇ ଯେମିତି ଅକାଳରେ ଚାଲିଯାଇଛି ଗୋଟିଏ ପରିବାରର ୪ ଜଣଙ୍କ ଜୀବନ । ଇଟାଭାଟିରେ କାମ କରି ରାତିରେ ସେଇଠି ଶୋଇଥିଲେ କିନ୍ତୁ ଶ୍ୱାଶରୁଦ୍ଧରେ ଚାଲିଯାଇଛି ସେମାନଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗାଁ ନିକଟ ଇଟା ଭାଟିରେ । ଭାରି ଦୁଃଖଦାୟକ ସତରେ ଏହି ଅଘଟଣ । କାହିଁକିନା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଅକାଳରେ ଲିଭିଯାଇଛି ।

ସୂଚନା ଅନୁସାରେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତକମଳାଙ୍ଗ ଗାଁ ନିକଟ ବ୍ରାହ୍ମଣୀ ନଦୀପଠାର ଇଟାଭାଟି ଗଢ଼ା ଚାଲିଛି। ଗତକାଲି ସନ୍ଧ୍ୟାରେ ଏକ ଉପର ଇଟାଭାଟିରେ ନିଆଁ ଲଗାଯାଇଥିଲା। ଗୋଟିଏ ପରିବାରର ୪ ଜଣ (ମେଘନାଦ, ନିରା, ଜିତୁ ଓ ଶିବଦାସ) ଖାଇ ସାରିବା ପରେ ହାତୀ ଭୟରେ ଇଟାଭାଟି ଉପରକୁ ଯାଇ ଶୋଇଥିଲେ। ବିଳମ୍ବିତ ରାତିରେ ଇଟା ଭାଟିରେ ନିଆଁ ଧରିବା ପରେ ଧୁଆ ବାହାରି ଥିଲା। ଇଟାଭାଟି ଉପରେ ଶୋଇଥିବା ୪ ଜଣ ଯାକ ସେହି ଧୁଆଁରେ ଅଣ ନିଃଶ୍ବାସୀ ହୋଇଥିଲେ। ଘଟଣାସ୍ଥଳରେ ମେଘନାଦ, ନିରା ଓ ଜିତୁଙ୍କ ମୃତ୍ୟୁ ହୋଇଥିଲା। ଶବିଦାସ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଟାଭାଟି ମାଲିକ ଫେରାର ଥିବା ଜଣାପଡିଛି। କଣ୍ଟାବଣିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଥିବା ଜଣାପଡିଛି।

ସ୍ଥାନୀୟ ଲୋକଙ୍କ କହିବାନୁୟାୟୀ ହାତୀ ଭୟରେ ସେମାନେ ଭାଟି ଉପରେ ଶୁଅନ୍ତି। ଆଜି ବି ସେମାନେ ଭାଟିରେ ନିଆଁ ଲଗାଇ ତା’ଉପରେ ଶୋଇଥିଲେ। ପ୍ରାୟତଃ ସେମାନେ ହାଣ୍ତିଆ ମଧ୍ୟ ପିଇଥାନ୍ତି। ତେବେ ଭାଟି ଧୂଆଁରେ ସେମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ସେମାନେ ସମସ୍ତେ ଗୋଟିଏ ପରିବାରର ଏବଁ ସେମାନଙ୍କ ଘର ଛତିଶଗଡ଼ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୁଇମାସ ପୂର୍ବରୁ ମାନପୁର ଗ୍ରାମରେ ଥିବା ବେଆଇନ ଇଟାଭାଟିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁଇମାସ ପରେ ପୁଣି ଥରେ ଇଟାଭାଟିରେ ଅଘଟଣ ଘଟିଛି। ଇଟାଭାଟିରେ ପ୍ରାୟ ୨ ମାସରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ଅଘଟଣ ଘଟୁଥିବା ବେଳେ ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ, କମଳାଙ୍ଗ ନିକଟ ଇଟାଭାଟିରେ ଆଜି ତିନି ଜଣଙ୍କର ମୃତ୍ୟୁ ହୋଇ ନଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଇତ୍ତେଜନା ଦେଖାଦେଇଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.