ଜଙ୍ଗଲ ଭିତରେ ଆଉ ଚାଲିବନି ମାଓ ହିଂସା, ଦମନର ମଙ୍ଗ ଧରିବେ ବୀରାପ୍ପାନ ଅପରେସନ ମୁଖ୍ୟ ବରିଷ୍ଠ ଆଇପିଏସ ଅଧିକାରୀ କେ ବିଜୟ କୁମାର

କେନ୍ୟୁଜ୍(ବ୍ୟୁରୋ): ବଦଳିବ ମାଓ ଦମନ ରଣନୀତି । ବୀରାପ୍ପାନ ଷ୍ଟାଇଲରେ ହେବ ମାଓବାଦୀଙ୍କ ଶିକାର । ଜଙ୍ଗଲ ଭିତରେ ଆଉ ଚାଲିବନି ମାଓ ହିଂସା । ମାଓ ଦମନର ମଙ୍ଗ ଧରିବେ ବୀରାପ୍ପାନ ଅପରେସନ ମୁଖ୍ୟ ତଥା ବରିଷ୍ଠ ଆଇପିଏସ ଅଧିକାରୀ କେ ବିଜୟ କୁମାର । ୨୦୦୪ ଅପରେସନ କୁକୁନକୁ ସଫଳ କରିବା ପରେ ଏବେ ଲାଲବାହିନୀଙ୍କ ଶିକାରର ମଙ୍ଗ ଧରିବେ ଏହି ଅବସରପ୍ରାପ୍ତ ଆଇପିଏସ ଅଧିକାରୀ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓଦମନ ନେଇ ଘମାଘୋଟ ଆଲୋଚନା। ସିଆରପିଏଫ୍‌ର ମୁଖ୍ୟ ପରାମର୍ଶଦାତା କେ.ବିଜୟ କୁମାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚି ମାଓ ଦମନ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଦକ୍ଷିଣାଞ୍ଚଳ ଡିଆଇଜି ସଫିକ ଅହମ୍ମଦ ଖାନ, ମାଲକାନଗିରି ଏସପି ରିିଷିକେଶ ଖିଲାରି ଓ ବିଶାଖାପାଟଣା ଏସପିଙ୍କ ସହ ଆଲୋଚନା କରିଛନ୍ତି କେ.ବିଜୟ କୁମାର। ଆଗକୁ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କିପରି ତ୍ୱରାନ୍ଵିତ ହେବ ଏବଂ ମାଓଦମନ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। ପରେ ସଦର ମହକୁମାର ଏମଭି ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚି ଅଫିସରଙ୍କ ସହ ଅଧିକ ଆଲୋଚନା କରିଥିଲେ କେ.ବିଜୟକୁମାର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.